ଗଜପତିରେ ଜୋର ଧରିଲା ରୋହିଙ୍ଗିଆଙ୍କୁ ଗଜପତିରୁ ବାହାର କର ଦାବି…

ଗଜପତି (ଏଫ୍ଟୁଏସ୍ / ବିବେକାନନ୍ଦ ବେହେରା) : ବାଂଲାଦେଶରେ ହିନ୍ଦୁଙ୍କ ହତ୍ୟା ବନ୍ଦ କର ଏବଂ ରୋହିଙ୍ଗିଆଙ୍କୁ ଗଜପତି ଜିଲ୍ଲାରୁ ବାହାର କର ପ୍ରତିବାଦରେ ଶାନ୍ତିପୂର୍ଣ୍ଣ ଧାରଣା । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଜଗନ୍ନାଥ ମନ୍ଦିରରୁ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଞ୍ଚି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଉପ-ଜିଲ୍ଲାପାଳ ଶ୍ରୀ ପ୍ରାଣକୃଷ୍ଣ ପାଣିଗ୍ରାହୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଗତ କିଛି ଦିନ ହେଲା ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ବିରୋଧ କରିଛନ୍ତି ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ । ସେଠାରେ ହିନ୍ଦୁଙ୍କୁ ନୃଶଂସ ହତ୍ୟା କରାଯିବା ସହ ମାଆଭଉଣୀଙ୍କୁ ଗଣ ଧର୍ଷଣ କରାଯାଉଛି । ଏପରିକି ସେମାନଙ୍କ ଘର, ଦୋକାନ ପୋଡି ନଷ୍ଟ କରାଯାଉଛି । ଏହି ପରିପ୍ରେକ୍ଷୀରେ ଏହାର କଡା ବିରୋଧ କରିବା ସହ ଗଜପତି ଜିଲ୍ଲାରେ ରୋହିଙ୍ଗିଆ ଅନୁପ୍ରବେଶକାରୀଙ୍କୁ ଜିଲ୍ଲାରୁ ବିତାଡିତ କରିବା ପାଇଁ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରାଯାଇଛି ।