ଓଡିଶା

ସ୍କୁଲ ପୋଷାକ ଯୋଗାଇବାରେ ଚଞ୍ଚକତା, ବିଡିଓଙ୍କ ଦ୍ୱାରସ୍ଥ ହେଲେ ମହିଳା ଗୋଷ୍ଠୀ…

ବେଗୁନିଆପଡା, (ଏଫ୍ଟୁଏସ୍/ ବାପୁନି କୁମାର ମାଲୁ) : ମହିଳାମାନଙ୍କୁ ସଶକ୍ତ କରିବା, ଅର୍ଥନୈତିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ସହ ମୁଖ୍ୟ ସ୍ରୋତରେ ସାମିଲ କରିବା ଉଦେଶ୍ୟରେ ସରକାର ଅନେକ ଯୋଜନା କରିଛନ୍ତି । ବର୍ତମାନ ପ୍ରତ୍ୟେକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପୋଷାକ ଯୋଗାଇବା ପାଇଁ ମହିଳା ଗ୍ରୁପମାନଙ୍କୁ ଅଗ୍ରାଧିକାର ଦେବାପାଇଁ ସରକାର ନିର୍ଦେଶ ଦେଇଛନ୍ତି । ତେବେ ବେଗୁନିଆପଡା ବ୍ଲକ ମିଶନ ଶକ୍ତି ବିଭାଗ ପକ୍ଷରୁ ଚଞ୍ଚକତା କରିଥିବା ଜଣାପଡିିବା ପରେ ବ୍ଲକର ଅନେକ ମହିଳା ବ୍ଲକକୁ ଆସି ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ ଅଭିଯୋଗ ହେଲା ବେଗୁନିଆପଡା ବ୍ଲକରେ ମହିଳା ଗ୍ରୁପଙ୍କୁ ପୋଷାକ ଯୋଗାଇବା ପାଇଁ ଦାୟିତ୍ୱ ନ ଦେଇ ଅନ୍ୟ ବ୍ଲକର ମହିଳା ଗ୍ରୁପକୁ ଚଞ୍ଚକତା କରି ଦେବା ପାଇଁ ଯୋଜନା ହେଉଛି । ଏଣୁ ଏହାକୁ ତୁରନ୍ତ ବନ୍ଦ କରି ବେଗୁନିଆପଡା ବ୍ଲକର ଯେକୌଣସି ଗ୍ରୁପକୁ ଏହି ଦାୟିତ୍ୱ ଦିଆଯାଉ । ଅଭିଯୋଗ ପରେ ବିଡ଼ିଓ ମହୋଦୟା ବିପିସି ଦିଲ୍ଲୀପ କୁମାର ବେହେରାଙ୍କୁ ଡାକି ଏହି ବିଷୟରେ ଆଲୋଚନା କରିବା ସହ ବ୍ଲକର ଗ୍ରୁପମାନଙ୍କୁ ଯେପରି ପୋଷାକ ଯୋଗାଇବା ଦାୟିତ୍ୱ ଦିଆଯିବ ତାର ବ୍ୟବସ୍ଥା କରିବା ପାଇଁ ନିର୍ଦେଶ ଦେଇଥିଲେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା