ଡେପୁଟି କଲେକ୍ଟରଙ୍କ ଘରେ ଭିଜିଲାନ୍ସ ଟିମ୍…

ନୀଳଗିରି ଡେପୁଟି କଲେକ୍ଟରଙ୍କ ଘରେ ଭିଜିଲାନ୍ସ ଟିମ୍ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଡେପୁଟି କଲେକ୍ଟର ପରୀକ୍ଷିତ ଜେନାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ବାରିପଦାରେ ବିଡିଓ ରହିଥିବାବେଳେ ଓଏମବିଏଡିସି ଫଣ୍ଡସରେ ଦୁର୍ନୀତି କରିଥିବା ନେଇ ଅଭିଯୋଗ ହୋଇଛି । ବିଡିଓ ଥିବା ସମୟରେ, ପରୀକ୍ଷିତ ଜେନା ୧ କୋଟି ୧ ଲକ୍ଷ ୩ ହଜାର ୨୧୫ ଟଙ୍କା ଠକେଇ କରିଥିବା ନେଇ ପ୍ରମାଣ ମିଳିବା ପରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ ।
ପରୀକ୍ଷିତଙ୍କ ନୀଳଗିରି ବାଲିଗୋହିରୀ ସ୍ଥିତ ଭଡା ଘର ଏବଂ ମୟୂରଭଞ୍ଜରେ ଥିବା ପୈତୃକ ଘର ସମେତ ୬ଟି ସ୍ଥାନରେ ଚଢ଼ାଉ କରାଯାଇଛି । ଚଢ଼ାଉରେ ଭିଜିଲାନ୍ସର ୧୨ଟି ଟିମ୍ ସାମିଲ ହୋଇଛନ୍ତି । ଓଡ଼ିଶା ଭିଜିଲାନ୍ସ ବିଭାଗର ୨ଜଣ ଆଡିସନାଲ ଏସପି, ୪ଡିଏସପି, ୬ ଜଣ ଇନସ୍ପେକ୍ଟର, ୭ ଏଏସଆଇଙ୍କ ସମେତ ଅନ୍ୟ ସହଯୋଗୀ ଅଧିକାରୀ ଏହି ଚଢ଼ାଉରେ ସମ୍ପୃକ୍ତି ହୋଇଛନ୍ତି ।