ଗଜପତିରେ ସଂସ୍କୃତି ଭବନ ନିର୍ମାଣ ହେବ କେବେ ?

ଗଜପତି, (ଏଫ୍ଟୁଏସ୍/ ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲା ଏକ କଳା ସଂସ୍କୃତିର ସହର । ଏଠାରେ କଳାକାରମାନଙ୍କ ପାଇଁ ସଂସ୍କୃତି ଭବନ ନିର୍ମାଣ ଆଜି ପର୍ଯ୍ୟନ୍ତ ହୋଇ ପାରିଲା ନାହିଁ । ଜିଲ୍ଲାରେ ସଂସ୍କୃତି ଭବନ ନିର୍ମାଣ ନ ହୋଇ ପାରିବା ଏକ ବିଡ଼ମ୍ବନାର ବିଷୟ ଅଟେ । ଏହା ସଂସ୍କୃତିପ୍ରେମୀଙ୍କ ମନରେ ଏକ ଗଭୀର ଆଘାତ । ଜିଲ୍ଲାର କଳା ସଂସ୍କୃତିକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ତଥା ବିଶ୍ୱ ଦରବାରରେ ପ୍ରଷ୍ଫୁଟିତ କରିବା ଲାଗି କଳାକାରଙ୍କ ମନରେ ଦୃଢ ଇଚ୍ଛା ଶକ୍ତି ରହିଛି । ଜିଲ୍ଲାର ଗର୍ବ-ଗୌରର୍ବକୁ ନେଇ କଳାକାରମାନେ ବହୁ ସୁନାମ ଅର୍ଜନ କରିପାରିଛନ୍ତି । ଜିଲ୍ଲାର ପ୍ରଥମ ରଙ୍ଗମଞ୍ଚ ନାଟକ ଅନୁଷ୍ଠିତ ହୋଇଥିବା ସହର, କଳାକାରମାନଙ୍କୁ ଅନେକ ଉତ୍ସାହିତ କରଥିବାବେଳେ ସେମାନଙ୍କ ପାଇଁ ଆଜି ପର୍ଯ୍ୟନ୍ତ ସଂସ୍କୃତି ଭବନଟିଏ ନିର୍ମାଣ ହୋଇପାରିଲା ନାହିଁ । ଯାହା ଫଳରେ କଳାକାରମାନଙ୍କର ଏବଂ ସଂସ୍କୃତି ପ୍ରେମୀମାନଙ୍କର ଅସନ୍ତୋଷ ପ୍ରକାଶ ପାଉଛି । ଏ ନେଇ କଳାକାର ପ୍ରତିନିଧି ବିଭାଗୀୟ କତ୍ତୃପକ୍ଷଙ୍କୁ ଯୋଗାଯୋଗ କରିବାରୁ ପୂର୍ତ୍ତ ବିଭାଗକୁ କାର୍ଯ୍ୟ କରିବାକୁ ଦାୟିତ୍ୱ ଦିଆଯାଇଛି ବୋଲି ସୂଚନା ମିଳିଥିଲା । ପର ଆମ ପ୍ରତିନିଧି ଏ ନେଇ ପୂର୍ତ୍ତ ବିଭାଗକୁ ଯୋଗାଯୋଗ କରିବାରୁ ଅତିଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ପୂର୍ତ୍ତ ବିଭାଗ ସୁପେରିଟେଣ୍ଡଣ୍ଟ ଇଞ୍ଜିନିୟର ଶ୍ରୀକାନ୍ତ ସାମଲ ।