କ୍ରୀଡା

ପାରା-ଅଲିମ୍ପିଆନ୍ ପ୍ରମୋଦ ସସପେଣ୍ଡ । ପଦକ ଆଶା ଧୂଳିସାତ୍…

ପ୍ୟାରିସ୍ ପାରା-ଅଲିମ୍ପିକ୍ସ ପୂର୍ବରୁ ଭାରତକୁ ଲାଗିଲା ଶକ୍ତ ଧକ୍କା । ଭାଗ ନେଇପାରିବେନି ଦେଶର ଗର୍ବ ଗୌରବ ଓଡିଆ ପୁଅ ତଥା ଅନ୍ତର୍ଜାତାୟ ପାରା ଅଲିମ୍ପିଆନ୍ ପ୍ରମୋଦ ଭଗତ । ଡୋପ୍ ଟେଷ୍ଟରେ ଧରା ପଡ଼ି ୧୮ ମାସ ପାଇଁ ସସ୍‌ପେଣ୍ଡ ହୋଇଛନ୍ତି ପ୍ରମୋଦ । ୨୦୨୦ ଟୋକିଓ ପାରା-ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଦେଶବାସୀଙ୍କ ମନ ଜିଣି ନେଇଥିଲେ ପ୍ରମୋଦ । ଆଣ୍ଟି ଡୋପିଂ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ତାଙ୍କୁ ୧୮ ମାସ ପାଇଁ ସସପେଣ୍ଡ କରିଛି ବିଶ୍ବ ବ୍ୟାଡମିଣ୍ଟନ ଫେଡେରେସନ୍ ।

ଓଡ଼ିଶାର ଗର୍ବ ତଥା ପ୍ରଥମ ଓଡ଼ିଆ ଖେଳାଳି ଭାବେ ଭାରତର ଶ୍ରେଷ୍ଠ କ୍ରୀଡା ସମ୍ମାନ ‘ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର’ ଲାଭ କରି ସାରିଛନ୍ତି ପାରା-ଅଲିମ୍ପିଆନ୍‌ ପ୍ରମୋଦ ଭଗତ । ମାତ୍ର ବିଡବ୍ଲ୍ୟୁଏଫର ଏଭଳି ନିଷ୍ପତ୍ତି ଆସିବା ପରେ ବରଗଡ଼ ଜିଲ୍ଲା, ଓଡ଼ିଶା ତଥା ପୁରା ଦେଶବାସୀଙ୍କ ମଧ୍ୟରେ ନିରାଶାଭାବ ଖେଳିଯାଇଛି । ଏହା କ୍ରୀଡ଼ାପ୍ରେମୀଙ୍କୁ ଶକ୍ତ ଧକ୍କା ଦେଇଛି ।  

ପାରା-ଅଲିମ୍ପିକ୍ସରେ ସଫଳତା ସହିତ ସେ ବିଶ୍ୱ ଚାମ୍ପିୟନସିପ୍ ଏବଂ ଏସିଆନ୍ ପାରା ଗେମ୍ସରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ବିଶ୍ୱ ସ୍ତରରେ ପାରା-ବ୍ୟାଡମିଣ୍ଟନରେ ଭାରତର ସମ୍ମାନ ପ୍ରତିଷ୍ଠା କରିବାରେ ତାଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ । ମାତ୍ର ପ୍ୟାରିସ୍ ପାରା-ଅଲିମ୍ପିକ୍ସ ପୂର୍ବରୁ ପ୍ରମୋଦଙ୍କ ନିଲମ୍ବନ, ତାଙ୍କର ପଦକ ଆଶାକୁ ଧୂଳିସାତ କରିଦେଇଛି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

କ୍ରୀଡା

ରେକର୍ଡ କଲେ ଏଜାଜ୍, ଭାରତର ପ୍ରଥମ ଇନିଂସରେ ଏକାକୀ ହାସଲ କଲେ୧୦ ଉଇକେଟ

ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଇତିହାସ ରଚିଛନ୍ତି ଭାରତୀୟ ବଂଶୋଦ୍ଭବ ଏଜାଜ ପଟେଲ । ଭାରତର ପ୍ରଥମ ଇନିଂସରେ ଏକାକୀ ସମସ୍ତ ୧୦ ଉଇକେଟ ଅକ୍ତିଆର କରି
କ୍ରୀଡା

ନିଉଜିଲାଣ୍ଡ୍‌କୁ ପରାସ୍ତ କରି ରେକର୍ଡ କଲା ଭାରତ

ଟେଷ୍ଟ୍‌ କ୍ରିକେଟ୍‌ରେ ପ୍ରଥମ ଘଟଣା।ମାତ୍ର ୬୨ ରନ୍‌ କରି ପାଭିଲିୟନ୍‌କୁ ଫେରିଯାଇଥିବା ନିଉଜିଲାଣ୍ଡ୍‌ ଦ୍ବିତୀୟ ଇଂନିଙ୍ଗ୍‌ସ୍‌ରେ ୧୬୭ ରନ୍‌ କରିବାକୁ ସମର୍ଥ ହୋଇଥିଲାଭାରତ ଓ ନିଉଜିଲାଣ୍ଡ୍‌ ମଧ୍ୟରେ