ତ୍ରିରଙ୍ଗା ଶୋଭାଯାତ୍ରାରେ କମ୍ପିଲା କୋଦଳା ଏନ୍ଏସି…

ବେଗୁନିଆପଡ଼ା, (ଏଫ୍ଟୁଏସ୍/ ବାପୁନି କୁମାର ମାଲୁ) : ୭୮ ତମ ସ୍ବାଧିନତା ଦିବସ ପାଳନ ଅବ୍ୟହିତ ପୂର୍ବରୁ କୋଦଳା ଏନ୍ଏସିରେ ହର୍ ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି । ଏନ୍ଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକଙ୍କ ନେତୃତ୍ୱରେ ଉପାଧ୍ୟକ୍ଷା ରଞ୍ଜିତା ସେଠୀ, ବିଜେପି କୋଦଳା ମଣ୍ଡଳ ସଭାପତି ଭଗବାନ ସ୍ବାଇଁଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ରହି ତ୍ରିରଙ୍ଗା ଶୋଭାଯାତ୍ରାକୁ ଉତ୍ସାହିତ କରିଥିଲେ । ଏହି ତ୍ରିରଙ୍ଗା ଶୋଭାଯାତ୍ରା ସହର ପରିକ୍ରମା କରିଥିବା ବେଳେ ଏଥିରେ ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଏଥିରେ ଭାଗ ନେଇଥିବା ସମସ୍ତଙ୍କ ହାତରେ ଫର ଫର ହୋଇ ଉଡିଥିଲା ତ୍ରିରଙ୍ଗା ପତାକା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ କ୍ରମେ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଆଜାଦି କା ଅମୃତ ମହୋତ୍ସବ ଅଭିଯାନରେ ହର ଘର ତ୍ରିରଙ୍ଗାକୁ ଉତ୍ସାହିତ କରାଯାଇଛି । ଏହି ଅବସରରେ ଦଣ୍ଡିଶ୍ୱର ଶୈବପୀଠରୁ ଏକ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଏଥିରେ ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ସହିତ ଏନ୍ଏସିର କର୍ମଚାରୀ, ସଫେଇ କର୍ମଚାରୀ, ସ୍ବଚ୍ଛସାଥିମାନେ ସାମିଲ ହୋଇଥିଲେ ।