ଦେଶ ବିଦେଶ

୧୯୭୧ ଭାରତୀୟ ସ୍ମୃତି ପ୍ରତିମୂର୍ତ୍ତିର ଭଙ୍ଗାରୁଜା ଘଟଣା ଅପମାନଜନକ ଆକ୍ରମଣ: ଶଶି ଥରୁର

ବାଂଲାଦେଶ ମୁଜିବନଗର ଇଣ୍ଡିଆନ ମେମୋରିଆଲ କମ୍ପ୍ଲେକ୍ସରେ ଥିବା ୧୯୭୧ ମସିହା ଚୁକ୍ତି ବୁଝାମଣା ପ୍ରତିମୂର୍ତ୍ତି ଭଙ୍ଗାରୁଜା ଘଟଣାକୁ ଦୃଢ ନିନ୍ଦା କରିଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର । ବାଂଲାଦେଶର ହିନ୍ଦୁ ମନ୍ଦିର ଏବଂ ସଂଖ୍ୟାଲଘୁ ଅଞ୍ଚଳ ଉପରେ ହୋଇଥିବା ଆକ୍ରମଣ ବିଷୟରେ ଶଶି ଥରୁର କହିଛନ୍ତି ଯେ କିଛି ଆନ୍ଦୋଳନକାରୀଙ୍କ ଏଜେଣ୍ଡା ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଛି । ଏହା ଭାରତୀୟଙ୍କ ପ୍ରତି ଅପମାନଜନକ ଆକ୍ରମଣ ବୋଲି ସେ କହିଛନ୍ତି ।
୧୯୭୧ ଯୁଦ୍ଧକୁ ସମାପ୍ତ କରିବା ପାଇଁ ବାଂଲାଦେଶର ମୁକ୍ତି ବାହିନୀ ସହିତ ଭାରତ ଏବଂ ପାକିସ୍ତାନୀ ସେନା ମଧ୍ୟରେ ଏକ ଆଇନଗତ ଦସ୍ତଖତକୁ ପ୍ରତିନିଧିତ୍ୱ କରୁଥିଲା ଭଙ୍ଗାଯାଇଥିବା ପ୍ରତିମୂର୍ତ୍ତି । ପାକିତ୍ସାନୀ ସେନାର ଆତ୍ମସର୍ପଣର ଏହା ଏକ ଚିତ୍ରଣ ରହିଥିଲା । ଥରୁର ତାଙ୍କ ଏକ୍ସ ପୋଷ୍ଟରେ ମାଧ୍ୟମରେ ବାଂଲାଦେଶୀ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ତାଙ୍କ ଦେଶର ସମସ୍ତ ସଂଖ୍ୟାଲଘୁ ଧର୍ମର ଲୋକଙ୍କ ସମେତ ସମସ୍ତ ନାଗରିକଙ୍କ ପାଇଁ ଆଇନ ଶୃଙ୍ଖଳା ରକ୍ଷା ଦିଗରେ କାର୍ୟ୍ୟ କରିବାକୁ ଅନୁରୋଧ କରିଛନ୍ତି । ଏହା ସହ ସେ ଲେଖିଛନ୍ତି, “ଏଭଳି ଅସମୟରେ ବାଂଲାଦେଶ ଲୋକଙ୍କ ସହିତ ଭାରତ ସର୍ବଦା ରହିଛି ମାତ୍ର ଅରାଜକତାକୁ କଦାପି ବରଦାସ୍ତ କରାଯାଇପାରିବ ନାହିଁ।”

ଭଙ୍ଗାହେବା ପୂର୍ବରୁ ପ୍ରତିମୂର୍ତ୍ତି

ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଏବଂ ଦେଶରୁ ପଳାୟନ ପରେ ହିନ୍ଦୁଙ୍କ ଉପରେ ଆକ୍ରମଣ ଫଳରେ ଦେଶରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦୦ ରୁ ଅଧିକ ଆହତ ହୋଇଛନ୍ତି । ବାଂଲାଦେଶ ହିନ୍ଦୁ ବୌଦ୍ଧ ଖ୍ରୀଷ୍ଟିଆନ ଏକତା ପରିଷଦର ରାଣା ଦାସଗୁପ୍ତାଙ୍କ ଅନୁଯାୟୀ, ଗତ ସପ୍ତାହରେ ଅତି କମରେ ୯୭ ଟି ଘର ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ଦୋକାନ ସହିତ ୧୦ ଟି ମନ୍ଦିର ଉପରେ ଆକ୍ରମଣ, ଭଙ୍ଗାରୁଜା ଓ ଲୁଟ୍ ହୋଇଥିଲା । ଅଲ ଜଜିରା ରିପୋର୍ଟ ଅନୁଯାୟୀ ଛାତ୍ର ବିରୋଧୀମାନେ ହିନ୍ଦୁ ଅଞ୍ଚଳ ତଥା ସଂଖ୍ୟାଲଘୁଙ୍କ ପୂଜାପାଠ ସ୍ଥାନ ସମେତ ଜେସୋର, ସାତଖିରା ଏବଂ ପାଟୁଆଖାଲି ଭଳି ଅଞ୍ଚଳରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଦେଶ ବିଦେଶ ବ୍ୟବସାୟ

କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ଏକ ସାମୂହିକ ପ୍ରୟାସ ହେବା ଆବଶ୍ୟକ: ନିର୍ମଳା ସୀତାରମଣ |

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ, କାରଣ ଟେକ୍ନୋଲୋଜି କ୍ରମାଗତଭାବେ ବିକଶିତ ହେଉଛି ଏବଂ ବଦଳୁଛି
ଦେଶ ବିଦେଶ

କର୍ଣ୍ଣାଟକରେ ଓମିକ୍ରନ୍ ଭୟ: ମଲ୍, ସିନେମା ହଲ୍ ପରିଦର୍ଶନ ପାଇଁ ଦୁଇଟି ଡୋଜ୍ ଜରୁରୀ | ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ନୂତନ ନିୟମ |

କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ ମଲ, ପ୍ରେକ୍ଷାଳୟ ଏବଂ ସିନେମା ହଲ ପାଇଁ ବାଧ୍ୟତାମୂଳକ କରିଛନ୍ତି ଯେ କେବଳ ସେହି ପରିଦର୍ଶକଙ୍କୁ କୋଭିଡ -19 ଟିକା ନେଇଛନ୍ତି।