ଦେଶ ବିଦେଶ

ପୂର୍ବତନ ଟ୍ରେନି ଆଇଏଏସ ପୂଜା ଖେଡକରଙ୍କୁ ଆଶ୍ୱସ୍ତି, ହେବେନି ଗିରଫ…

ପୂର୍ବତନ ଟ୍ରେନି ଆଇଏଏସ ପୂଜା ଖେଡକରଙ୍କୁ ବଡ଼ ଆଶ୍ୱସ୍ତି । ଅଗଷ୍ଟ ୨୧ ପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯାଇପାରିବ ନାହିଁ । ଏ ନେଇ ଦିଲ୍ଲୀ ପୁଲିସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ଦିଲ୍ଲୀ ହାଇକୋର୍ଟ ।

କେନ୍ଦ୍ର ଜନସେବା ଆୟୋଗ (UPSC) ପରୀକ୍ଷା ୨୦୨୨ରେ ଜାଲ ଜାତିଗତ ଏବଂ ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇ ଚାକିରି କରିଥିବା ଅଭିଯୋଗରେ ପୂଜା ଖେଡକରଙ୍କ ପ୍ରାର୍ଥୀତ୍ୱକୁ ବାତିଲ କରାଯାଇଥିଲା । ଏହାପରେ ସେ ତଳ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । କିନ୍ତୁ ଏହି ଆବେଦନ ଖାରଜ ହୋଇଯିବା ପରେ ସେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ।

ଆଜି ହାଇକୋର୍ଟର ଜଷ୍ଟିସ୍ ସୁବ୍ରମଣ୍ୟମ୍ ପ୍ରସାଦ ଏ ଉପରେ ଶୁଣାଣି କରି ବର୍ତ୍ତମାନ ସମୟରେ ତୁରନ୍ତ ଗିରଫଦାରୀର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି । ଅଗଷ୍ଟ ୨୧ରେ ପରବର୍ତ୍ତୀ ଶୁଣାଣି ନ ହେବା ଯାଏ ଖେଡକରଙ୍କୁ ଗିରଫ ନ କରିବାକୁ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଦିଲ୍ଲୀ ପୁଲିସ, ୟୁପିଏସିକୁ ଏହା ଉପରେ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଦେଶ ବିଦେଶ ବ୍ୟବସାୟ

କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ଏକ ସାମୂହିକ ପ୍ରୟାସ ହେବା ଆବଶ୍ୟକ: ନିର୍ମଳା ସୀତାରମଣ |

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ, କାରଣ ଟେକ୍ନୋଲୋଜି କ୍ରମାଗତଭାବେ ବିକଶିତ ହେଉଛି ଏବଂ ବଦଳୁଛି
ଦେଶ ବିଦେଶ

କର୍ଣ୍ଣାଟକରେ ଓମିକ୍ରନ୍ ଭୟ: ମଲ୍, ସିନେମା ହଲ୍ ପରିଦର୍ଶନ ପାଇଁ ଦୁଇଟି ଡୋଜ୍ ଜରୁରୀ | ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ନୂତନ ନିୟମ |

କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ ମଲ, ପ୍ରେକ୍ଷାଳୟ ଏବଂ ସିନେମା ହଲ ପାଇଁ ବାଧ୍ୟତାମୂଳକ କରିଛନ୍ତି ଯେ କେବଳ ସେହି ପରିଦର୍ଶକଙ୍କୁ କୋଭିଡ -19 ଟିକା ନେଇଛନ୍ତି।