ଓଡିଶା

ନେମାଳ ସାମ୍ବାଦିକ ସଂଘର ବନ୍ଧୁ ମିଳନ…

ସାଲେପୁର, (ଏଫ୍ଟୁଏସ୍/ ଅଭୟ ଜେନା) : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ସାମ୍ବାଦିକ ସଂଘର ବନ୍ଧୁମିଳନ ଓ ଆଲୋଚନା ବୈଠକ ମହିମା ଗାଦି ପରିସରରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ଅଭୟ ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଆଲୋଚନାରେ ଗ୍ରାମାଞ୍ଚଳରେ କାର୍ଯ୍ୟକରୁଥିବା ସାମ୍ବାଦିକଙ୍କର ବହୁବିଧ ସମସ୍ୟା ଉପରେ ସଦସ୍ୟମାନେ ଗଠନ ମୂଳକ ମତାମତ ପ୍ରଦାନ କରିଥିଲେ । ବିଶେଷ କରି ସାମ୍ବାଦିକମାନେ ଖବର ସଂଗ୍ରହ ତଥା ଅନ୍ୟ ସମୟରେ ଆକ୍ରୋଶମୂଳକ ଭାବେ ଆକ୍ରମଣ ତଥା ବାଧାସୃଷ୍ଟି କରିବା ଘଟଣାକୁ ନିନ୍ଦା କରାଯିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା । ସେହିପରି ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଓ ପେନସନ୍ ପ୍ରଦାନ ଆଦି ସମ୍ପର୍କରେ ସରକାରଙ୍କଠାରେ ଦାବି କରାଯାଇଥିଲା । ବୈଠକରେ ବରିଷ୍ଠ ସାମ୍ବାଦିକ ରତ୍ନାକର ବାରିକ, କ୍ଷମାନିଧି ପୂଜାରୀ, ବିନୟ ଦାସ, ଗୋବିନ୍ଦ ଦାସ, କିରଣ ଶଙ୍କର ନାୟକ, ମୀନକେତନ ଦାସ, ଇଜାଜ ଖାଁ, ଅକ୍ଷୟ କୁମାର ଦାଶ, ସଚ୍ଚିଦାନନ୍ଦ ମଲ୍ଲିକ, ସୁଜାତା ଗୋସ୍ୱାମୀ ପ୍ରମୁଖ ଭାଗ ନେଇଥିଲେ । ଏହି ଅବସରରେ ନୂତନ ସଦସ୍ୟ ଭାବେ ବିଭୁତି ଭୂଷଣ ଦ୍ବିବେଦୀ ଓ ପ୍ରଶାନ୍ତ ସିଂହଙ୍କୁ ସଂଘରେ ସାମିଲ କରାଯାଇଥିଲା । ଶେଷରେ ସାମ୍ବାଦିକ ଅମିତାଭ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା