ଓଡିଶା

ମିଶନ ଶକ୍ତିର ହିସାବ ମାଗିବାରୁ ମହିଳାଙ୍କୁ ହତ୍ୟା ଧମକ…

ନିମାପଡା, (ଏଫ୍ଟୁଏସ୍/ଶାନ୍ତନୁ ମହାନ୍ତି) : ମିଶନ ଶକ୍ତିର ହିସାବ ମାଗିବାରୁ ମହିଳାଙ୍କୁ ଧକା ମାରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କଲେ ଇସି ମେମ୍ବରଙ୍କ ଦିଅର । ଏଥି ସହ ବମ୍ ପକାଇ ଜୀବନରୁ ମାରିଦେବାକୁ ମଧ୍ୟ ଦେଲେ ଧମକ । ଦୀର୍ଘଦିନ ହେବ ହରିପୁର ପଞ୍ଚାୟତ ମିଶନ ଶକ୍ତିରେ ହୋଇ ଆସୁଛି ଦୁର୍ନୀତି । ଏ ନେଇ ଯିଏ ମୁହଁ ଖୋଲୁଛି ତାକୁ ଜୀବନରୁ ମାରିଦେବାପାଇଁ ମିଳୁଛି ଧମକ । ସୂଚନାଯୋଗ୍ୟ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ହରିପୁର ପଂଚାୟତରେ ଯେଉଁ ମିଶନ ଶକ୍ତି ରହିଅଛି ସେଠାରେ ଦୀର୍ଘଦିନ ହେଲା ଅନେକ ଦୁର୍ନୀତି ହୋଇ ଆସୁଛି । ମିଶନ ଶକ୍ତି ଦାୟିତ୍ୱରେ ଥିବା କାର୍ଯ୍ୟକର୍ତ୍ତାମାନେ ଏକାଧିକ ପୋଷ୍ଟରେ ରହିବା ସହିତ ଲକ୍ଷାଧିକ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି । ମିଶନ ଶକ୍ତିର ହିସାବ ମାଗିବାରୁ ହିସାବ ଦେବାପାଇଁ ସିଧା ସଳଖ ମନା କରିଦେଇଥିଲେ ସେକ୍ରେଟେରୀ ଓ ପ୍ରେସିଡେଣ୍ଟ । ଏଥି ସହିତ ଆମକୁ ହିସାବ ଦେବାପାଇଁ ବ୍ଲକ ସ୍ତରରେ ମନା କରାଯାଇଛି ବୋଲି କହିଥିଲେ । ଏ ନେଇ ହରିପୁର ପଞ୍ଚାୟତର କିଛି ମହିଳା ନିମାପଡା ବିଡିଓଙ୍କ ଦ୍ୱାରସ୍ତ ହୋଇଥିଲେ । ବିଡିଓ ତିନି ଦିନ ମଧ୍ୟରେ ମିଶନ ଶକ୍ତିର ଯାଞ୍ଚ କରାଯିବ କହି ଏକ ସପ୍ତାହ ପରେ ହରିପୁର ପଞ୍ଚାୟତରେ ପହଞ୍ଚିଥିଲେ । ଅପରପକ୍ଷେ ଅଭିଯୋଗ କରିଥିବା ମହିଳାମାନେ ସେଠାରେ ପହଂଚିବାରୁ ସେଠାରେ ଆଗରୁ ଉପସ୍ଥିତ ଥିବା ମହା ସଙ୍ଘର ଇସି ମେମ୍ବରଙ୍କ ଦିଅର କାଶୀନାଥ ଜେନା ମଦ୍ୟପାନ କରି ଅଭିଯୋଗକାରିଣୀ ଇତିଶ୍ରୀ ମହାନ୍ତିଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଧକ୍କା ମାରିଥିବା ଅଭିଯୋଗ ହୋଇଛି । ଏପରିକି ବମ୍ ପକାଇ ଜୀବନରୁ ମାରିଦେବା ପାଇଁ ମଧ୍ୟ ଧମକ ଦେଇଥିବା ଅଭିଯୋଗ ହୋଇଛି ।
ଅନ୍ୟପଟେ ମିଶନ ଶକ୍ତି ମହିଳାମାନଙ୍କ ପାଇଁ ଉଦ୍ଧିଷ୍ଟ ରାଜ୍ୟ ସରକାରଙ୍କର ଏକ ସ୍ୱତନ୍ତ୍ର ଯୋଜନା ହୋଇଥିବା ବେଳେ କାହିଁକି ୨୦ ରୁ ୩୦ ଜଣ ପୁରୁଷ ମିଟିଙ୍ଗରେ ଉପସ୍ଥିତ ଥିଲେ ଏବଂ କିଭଳି ବ୍ଲକର ଉପସ୍ଥିତ ଅଧିକାରୀ ଏବଂ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ଉପସ୍ଥିତିରେ ଜଣେ ଏଭଳି ଅଭଦ୍ର ଭାଷାରେ ଜଣେ ମହିଳା ୱାର୍ଡ ସଭ୍ୟାଙ୍କୁ ଗାଳି ଗୁଲଜ କରିବା ସହିତ ଧକ୍କା ମାରିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯଦି ମିଶନ ଶକ୍ତିରେ କୌଣସି ଦୁର୍ନୀତି ହୋଇନାହିଁ ତେବେ ଦାଇତ୍ୱରେ ଥିବା କର୍ମକର୍ତାମାନେ ହିସାବ ଦେବାପାଇଁ କୁଣ୍ଠିତ କାହିଁକି ବୋଲି ମଧ୍ୟ ପ୍ରଶ୍ନ ଉଠିଛି ।
ସେପଟେଧମକ ଦେଇଥିବା ବ୍ୟକ୍ତିଜଣକ ପୂର୍ବରୁ ଅନେକ ଥର ପଞ୍ଚାୟତ ଅଫିସରେ ମଦ୍ୟପାନ କରି ଗାଳିଗୁଲଜ କରିଥିବାର ନଜିର ରହିଛି । ମହିଳାଙ୍କୁ ଧକ୍କା ମାରିବା ସହିତ ଜୀବନରୁ ମାରିଦେବା ପାଇଁ ଧମକ ଦେବା ଅଭିଯୋଗରେ ମହିଳାମାନେ ବଳଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି । ଦେଖିବାକୁ ବାକି ରହିଲା ବଳଙ୍ଗା ପୁଲିସ୍ ଏ ଦିଗରେ କି ପଦକ୍ଷେପ ନେଉଛି । ଏବଂ ମିଶନ୍ ଶକ୍ତି ଦୁର୍ନୀତି ଘଟଣାର ପର୍ଦ୍ଦାଫାଶ୍ କେବେ ହେଉଛି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା