ଓଡିଶା

ଗଜପତିରେ ଜିଲ୍ଲାସ୍ତରୀୟ ଜାତୀୟ କୁର୍ମୀନାଶକ ଦିବସ ପାଳିତ…

ଗଜପତି, (ଏଫ୍ଟୁଏସ୍/ ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତର ନୂଆ କେରାଣ୍ଡି ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲା ସ୍ତରୀୟ କୁର୍ମୀନାଶକ ଦିବସ ପାଳିତ ହୋଇଯାଇଛି । ଡିପିଏମ୍ ସୌମ୍ୟ ରାଣି ଗୌଡ଼, ଏଡିଏମ୍ ପରିବାର କଲ୍ୟାଣ ଡକ୍ଟର ମହେନ୍ଦ୍ର କୁମାର ଭୂୟାଁ, ଡିଏମ୍ଆରସିଏଚ୍ ପ୍ରଣତି ସାହୁ, ଏଡିପିଏଚସିଓ ନୟନା ମଲ୍ଲିକ, ବିଇଓ ଟି କିଶୋର କୁମାର, ଏବିଇଓ ଏନ୍ ବିମଳ କୁମାର, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏମ୍ ରବି କୁମାର, ଜନ ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ମମତା ପାଢ଼ୀ ପ୍ରମୁଖ ମଞ୍ଚାସୀନ ଥିଲେ । ଅତିଥିମାନେ ଏହି ଦିବସର ଉଦେ୍ଦଶ୍ୟ ଓ ଆଭିମୁଖ୍ୟ ଉପରେ ନିଜର ବକ୍ତବ୍ୟ ରଖିଥିଲେ । ଜନ ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ମମତା ପାଢ଼ୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଭି ଭେଙ୍କେଟ ରାବାଣା ସଦାନନ୍ଦ ପାତ୍ର, ଆର ଶୋଭା ରାଣୀ, ରନô ମାଳା ଜେନା, ସ୍କୁଲ ସଭାପତି ଲିଙ୍ଗରାଜ ପାତ୍ର ପରିଚାଳନାରେ ସହଯୋଗ କରିଥିଲେ । ପ୍ରାଥମିକ ସ୍ୱାସ୍ଥ୍ୟ କର୍ମୀ ବି ଜାଗଦମ୍ବା, ରଞ୍ଜିତ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା