କ୍ରୀଡା

ଗୋଲ୍ଡେନ୍ ବଏଙ୍କୁ ରୌପ୍ୟ । ଇତିହାସ ଦୋହରାଇଲେ ନୀରଜ…

ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ମିଳିଛି ପ୍ରଥମ ରୌପ୍ୟ ପଦକ । ରୌପ୍ୟ ପଦକ ଜିତିବା ସହ ନୂଆ ଇତିହାସ ରଚିଛନ୍ତି ନୀରଜ । ସ୍ୱାଧୀନ ଭାରତର ପ୍ରଥମ ଆଥଲେଟ୍ ଭାବେ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଏବଂ ଏବେ ପ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିଛନ୍ତି । ଏହାସହ ଚତୁର୍ଥ ଭାରତୀୟ ଖେଳାଳି ଭାବରେ ଦୁଇଟି ବ୍ୟକ୍ତିଗତ ଅଲିମ୍ପିକ୍ସ ପଦକ ଜିତିଛନ୍ତି ।

ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ନୀରଜ ୮୯.୪୫ ମିଟର ଥ୍ରୋ କରି ଜିତିଛନ୍ତି ରୌପ୍ୟ ପଦକ । ନୀରଜଙ୍କ ୬ଟି ଥ୍ରୋ ମଧ୍ୟରୁ ୪ଟି ଫାଉଲ୍ ହୋଇଥିଲା । ଦ୍ୱିତୀୟ ଥ୍ରୋରେ ଶ୍ରେଷ୍ଠ ପ୍ରଦର୍ଶନ ତାଙ୍କୁ ରୌପ୍ୟ ପଦକ ପାଇଁ ଦାବିଦାର କରିଥିଲା । ଅଲିମ୍ପିକ୍ସ ଜାଭଲିନ୍ ଫାଇନାଲରେ ଭାରତ-ପାକିସ୍ତାନ ଲଢେଇ ଦେଖିବାକୁ ମିଳିଥିଲା । ଏଥିରେ ପାକିସ୍ତାନର ଅର୍ସଦ ନଦୀମ୍ ୯୨.୯୭ ମିଟର ପର୍ଯ୍ୟନ୍ତ ଜାଭେଲିନ୍ ଥ୍ରୋ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଗ୍ରେନାଡାର ଆଣ୍ଡରସନ୍ ପିଟର୍ସ ୮୮.୫୪ ମିଟର ଜାଭେଲିନ୍ ଥ୍ରୋ କରି ବ୍ରୋଞ୍ଜ ପଦକ ଜିତିଛନ୍ତି ।

ଅଲମ୍ପିକ୍ସରେ ଦେଶ ପାଇଁ ରୌପ୍ୟ ପଦକ ଆଣି ଗର୍ବିତ କରିଥିବା ନୀରଜ ଚୋପ୍ରାଙ୍କ ପ୍ରତି ଶୁଭେଚ୍ଛାର ସୁଅ ଛୁଟୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୀରଜଙ୍କୁ ଶୁଭେଛା ଜଣାଇବା ସହ ଭବିଷ୍ୟତ ପିଢି ପାଇଁ ନୀରଜ ଆଦର୍ଶ ହୋଇ ରହିବେ ବୋଲି ମୋଦି କହିଛନ୍ତି । ସେପଟେ ନୀରଜ ଚୋପ୍ରା ରୌପ୍ୟ ପଦକ ହାସଲ କରିବା ପରେ ଏକ୍ସ ମାଧ୍ୟମରେ ଶୁଭେଚ୍ଛା ଜଣାଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ପ୍ୟାରିସ ଅଲିମ୍ପିକ୍ସରେ ବର୍ତ୍ତମାନ ସୁଦ୍ଧା  ଭାରତ ୫ଟି ମେଡାଲ ଜିତିସାରିଛି । ଜାଭେଲିନରେ ନୀରଜ ଚୋପ୍ରା ରୌପ୍ୟ ଜିତିଥିବା ବେଳେ ୩ଟି ବ୍ରୋଞ୍ଜ ମେଡାଲ ଆସିଛି ସୁଟିଂରୁ ଏବଂ ଗୋଟିଏ ମିଳିଛି ଭାରତୀୟ ପୁରୁଷ ହକି ଦଳକୁ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

କ୍ରୀଡା

ରେକର୍ଡ କଲେ ଏଜାଜ୍, ଭାରତର ପ୍ରଥମ ଇନିଂସରେ ଏକାକୀ ହାସଲ କଲେ୧୦ ଉଇକେଟ

ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଇତିହାସ ରଚିଛନ୍ତି ଭାରତୀୟ ବଂଶୋଦ୍ଭବ ଏଜାଜ ପଟେଲ । ଭାରତର ପ୍ରଥମ ଇନିଂସରେ ଏକାକୀ ସମସ୍ତ ୧୦ ଉଇକେଟ ଅକ୍ତିଆର କରି
କ୍ରୀଡା

ନିଉଜିଲାଣ୍ଡ୍‌କୁ ପରାସ୍ତ କରି ରେକର୍ଡ କଲା ଭାରତ

ଟେଷ୍ଟ୍‌ କ୍ରିକେଟ୍‌ରେ ପ୍ରଥମ ଘଟଣା।ମାତ୍ର ୬୨ ରନ୍‌ କରି ପାଭିଲିୟନ୍‌କୁ ଫେରିଯାଇଥିବା ନିଉଜିଲାଣ୍ଡ୍‌ ଦ୍ବିତୀୟ ଇଂନିଙ୍ଗ୍‌ସ୍‌ରେ ୧୬୭ ରନ୍‌ କରିବାକୁ ସମର୍ଥ ହୋଇଥିଲାଭାରତ ଓ ନିଉଜିଲାଣ୍ଡ୍‌ ମଧ୍ୟରେ