କ୍ରୀଡା ଦେଶ ବିଦେଶ

ସ୍ବର୍ଣ୍ଣ ଲକ୍ଷ୍ୟରେ ଗୋଲ୍ଡେନ ବଏ ନୀରଜ, ନିରାଶ କଲେ ଓଡିଆ ଆଥଲେଟ୍ କିଶୋର…

ପ୍ୟାରିସ୍ ଅଲିମ୍ପିକ୍ସରେ କମାଲ କରିଛନ୍ତି ଗୋଲ୍ଡେନ ବଏ ନୀରଜ ଚୋପ୍ରା । ପ୍ରଥମ ପ୍ରୟାସରେ ୮୯.୩୪ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଫାଇନାଲରେ ପହଞ୍ଚିଯାଇଛନ୍ତି ନୀରଜ । ଆସନ୍ତକାଲି ଜାଭେଲିନ୍ ଫାଇନାଲ୍ ଅନୁଷ୍ଠିତ ହେବ । ଏଥିରେ ନୀରଜ ପୁଣି ଏକ ସ୍ୱର୍ଣ୍ଣ ପଦକ ଜିତିବେ ବୋଲି ଆଶାବାଦୀ ଅଛନ୍ତି ଭାରତୀୟ । ଚଳିତ ସିଜିନରେ ନୀରଜଙ୍କର ଏହା ଶ୍ରେଷ୍ଠ ପ୍ରଦର୍ଶନ । ଏହା ପୂର୍ବରୁ ନୀରଜ ଚଳିତ ବର୍ଷ ୮୮. ୩୬ ମିଟର ଥ୍ରୋ’ କରିଥିଲେ । ଟୋକିଓ ଅଲିମ୍ପିକ୍ସରେ ନୀରଜ ୮୭ .୫୮ ମିଟର ଥ୍ରୋ’ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେପଟେ ଦେଶର ଅନ୍ୟତମ ଷ୍ଟାର ତଥା ଓଡିଆ ଆଥଲେଟ୍ କିଶୋର ଜେନା ଯୋଗ୍ୟତା ପର୍ଯ୍ୟାୟ ଗ୍ରୁପ ଏ’ରୁ ନିରାଶ କରିଛନ୍ତି । ଗ୍ରୁପ୍-ଏ’ରେ କିଶୋର ୮୦. ୭୩ ମିଟର୍ ଥ୍ରୋ’ କରି ନବମ ସ୍ଥାନରେ ରହିଛନ୍ତି ।

ଅପରପକ୍ଷେ ପ୍ୟାରିସ ଅଲିମ୍ପିକ୍ସ ପୁରୁଷ ହକିରେ ଭାରତକୁ ନିରାଶ ହେବାକୁ ପଡିଛି । ଗତକାଲି ଜର୍ମାନୀ ବିପକ୍ଷ ମ୍ୟାଚରେ ଲଢେଈ କରି ୩-୨ ଗୋଲରେ ହାରିଛି ଭାରତ । ଫଳରେ ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିବା ଭାରତୀୟ ଟିମ୍ ଏଥର ବି କାଂସ୍ୟ ପଦକ ପାଇଁ ଖେଳିବ । ଆସନ୍ତାକାଲି ସ୍ପେନ- ଭାରତ ମଧ୍ୟରେ କାଂସ୍ୟ ପଦକ ପାଇଁ ଲଢେଇ ହେବ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଦେଶ ବିଦେଶ ବ୍ୟବସାୟ

କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ଏକ ସାମୂହିକ ପ୍ରୟାସ ହେବା ଆବଶ୍ୟକ: ନିର୍ମଳା ସୀତାରମଣ |

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ, କାରଣ ଟେକ୍ନୋଲୋଜି କ୍ରମାଗତଭାବେ ବିକଶିତ ହେଉଛି ଏବଂ ବଦଳୁଛି
ଦେଶ ବିଦେଶ

କର୍ଣ୍ଣାଟକରେ ଓମିକ୍ରନ୍ ଭୟ: ମଲ୍, ସିନେମା ହଲ୍ ପରିଦର୍ଶନ ପାଇଁ ଦୁଇଟି ଡୋଜ୍ ଜରୁରୀ | ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ନୂତନ ନିୟମ |

କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ ମଲ, ପ୍ରେକ୍ଷାଳୟ ଏବଂ ସିନେମା ହଲ ପାଇଁ ବାଧ୍ୟତାମୂଳକ କରିଛନ୍ତି ଯେ କେବଳ ସେହି ପରିଦର୍ଶକଙ୍କୁ କୋଭିଡ -19 ଟିକା ନେଇଛନ୍ତି।