ଓଡିଶା

ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଚେତିଲେ କର୍ତ୍ତୁପକ୍ଷ…

ଗଜପତି : ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ପାରଳାଖେମୁଣ୍ଡି ସଂସ୍କୃତ ମହାବିଦ୍ୟାଳୟ ଛାତ୍ରାବାସରେ ଜଳିଲା ଆଲୁଅ । ଦୀର୍ଘ ୩ ବର୍ଷ ହେଲା ବିନା ବିଦ୍ୟୁତରେ ଜୀବନ କାଟୁଥିଲେ ଛାତ୍ର । ବକେୟା ବିଦ୍ୟୁତ୍ ବିଲ ପାଇଁ ଦୀର୍ଘ ତିନି ବର୍ଷ ହେଲା ଛାତ୍ରାବାସରେ ଛାତ୍ରମାନେ ମୋବାଇଲ ଲାଇଟ, ମହମବତୀ ଲଗାଇ ପାଠ ପଢୁଥିଲେ । ଏ ନେଇ କଲେଜ ପକ୍ଷରୁ ବାରମ୍ବାର ଗୁହାରୀ ହେଉଥିଲେ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉନଥିଲା । ପରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ହଷ୍ଟେଲର ଛାତ୍ରାବାସରେ ବିଦ୍ୟୁତ ସଂଯୋଗ କରାଯାଇଥିବା ନେଇ ସୂଚନା ଦେଇଛନ୍ତି କଲେଜ ଅଧ୍ୟକ୍ଷ ।

ସୂଚନା ଅନୁସାରେ, କୋଭିଡି ମହାମାରୀ ସମୟରେ ସଂସ୍କୃତ ମହା ବିଦ୍ୟାଳୟର ଛାତ୍ରାବାସକୁ କ୍ୱାରେଣ୍ଟାଇନ ସେଣ୍ଟର ଭାବରେ ପୌରପାଳିକା ପକ୍ଷରୁ ବ୍ୟବହାର କରାଯାଇଥିଲା । ସେହି ସମୟରେ ପୌରପାଳିକା ବକେୟା ବିଦ୍ୟୁତ ବିଲ୍ ପୈଠ ନ କରିବାରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା । ବର୍ତ୍ତମାନ ବିଦ୍ୟୁତ ସଂଯୋଗ ପରେ ଛାତ୍ରାବାସର ଛାତ୍ରମାନେ ନିଜର ଖୁସିବ୍ୟକ୍ତ କରିଛନ୍ତି ।

ଗଜପତିରୁ ବିବେକାନନ୍ଦ ବେହେରା

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା