ଓଡିଶା

ଜିଲ୍ଲାରେ କାର୍ଯ୍ୟରତ କର୍ମଚାରୀ ଓ କ୍ଷେତ୍ର କର୍ମଚାରୀଙ୍କ ବଦଳି ସମୟ କେତେ ବର୍ଷ ?

ଗଜପତି, (ଏଫ୍ ଟୁ ଏସ୍ /ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଥିବା ଜଳଛାୟା ପ୍ରକଳ୍ପ ନିଦେ୍ର୍ଦଶକଙ୍କ କାର୍ଯ୍ୟାଳୟ ତଥା ମୃତ୍ତିକା ସଂରକ୍ଷଣ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ବଦଳି କେବେ ? ଏ ପ୍ରଶ୍ନ କରିଛନ୍ତି ଜନସାଧାରଣ ତଥା ବୁଦ୍ଧିଜୀବୀ । ଉଭୟ ବିଭାଗରେ ଦୀର୍ଘ ଦଶବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି କାର୍ଯ୍ୟରତ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି ହେଉନଥିବା ଅଭିଯୋଗ ହୋଇଛି । ସରକାରଙ୍କ ନିୟମ ଅନୁସାରେ ପ୍ରତି ତିନି ବର୍ଷରେ କାର୍ଯ୍ୟରତ କର୍ମଚାରୀ ଓ କ୍ଷେତ୍ର କର୍ମଚାରୀଙ୍କ ବଦଳି ହେବାର ନିୟମ ରହିଛି । ତେବେ ଏହି ବିଭାଗମାନଙ୍କରେ କାହିଁକି ବଦଳି ହେଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ଜନସାଧାରଣ ।

ଅପରପକ୍ଷେ ଜିଲ୍ଲା ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀଙ୍କ ମିଲିଭଗତରେ ବୁଝାମଣା ସଦୃଶ ଏହି ବଦଳି ହେଉନଥିବା ଅଭିଯୋଗ ହେଉଛି । ଏ ଦିଗରେ ପ୍ରଶାସନର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବର୍ତ୍ତମାନ ନୂତନ ସରକାର ଆସିଛି । ତେଣୁ ନୂଆ ସରକାର କୌଣସି ବେଆଇନ କାମକୁ ପ୍ରଶ୍ରୟ ଦେବ ନାହିଁ ବୋଲି ବିଶ୍ୱାସ କରି ତୁରନ୍ତ ଉଭୟ ବିଭାଗର ଅଧିକାରୀଙ୍କୁ ବଦଳି କରିଲେ ଜିଲ୍ଲାର ବିକାଶ ହୋଇପାରିବ ବୋଲି ମତ ରଖିଛନ୍ତି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା