ଦେଶ ବିଦେଶ

ରେଳ ଦୁର୍ଘଟଣା, ହାୱଡା-ମୁମ୍ବାଇ ଏକ୍ସପ୍ରେସ ଲାଇନ୍‌ଚ୍ୟୁତ୍‌, ଦୁଇ ମୃତ

ଆଜି ଭୋରରୁ ଝାଡ଼ଖଣ୍ଡର ରାଜଖରସୁଆଁରେ ହାୱଡା-ମୁମ୍ବାଇ ଏକ୍ସପ୍ରେସ ଲାଇନ୍‌ଚ୍ୟୁତ୍‌ ହୋଇଛି । ଫଳରେ ଟ୍ରେନର ୧୮ଟି କୋଚ୍ ଲାଇନଚ୍ୟୁତ ହୋଇ ୨ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଏନେଇ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

ଚକ୍ରଧରପୁର ଡିଭିଜନ୍‌ର ରାଜଖରସୁଆଁରୁ ୭ କିମି ଦୂରରେ ଥିବା ବରାବାମ୍ବୋ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ଯୋଗୁଁ ଟ୍ରେନ୍‌ର ୧୮ଟି ବଗି ଟ୍ରାକ୍‌ରୁ ଖସି ଯାଇଥିବା ଜଣାଯାଇଛି । ତେବେ କେମିତି ଏବଂ କେଉଁ ପରିସ୍ଥିତିରେ ବଗି ଲାଇଚ୍ୟୁତ ହେଲା ତାହାର ପ୍ରକୃତ କାରଣ ଜଣାପଡିଛି । ଘଟଣାସ୍ଥଳରେ ଆରପିଏଫ୍ ଓ ରେଲୱେ ଅଧିକାରୀ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି ।
ଏହାସହ ରେଲୱେ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି ।

ଟାଟାନଗର ହେଲ୍ପଲାଇନ ନମ୍ବର- ୦୬୫୭-୨୨୯୦୩୨୪, RLY-୭୩୫୨୩

ଚକ୍ରଧରପୁର – ୦୬୫୮୭-୨୩୮୦୭୨

ରାଉରକେଲା – ୦୬୬୧-୨୫୦୧୦୭୨/୨୫୦୦୨୪୪/୨୫୦୦୧୯୧/୨୫୦୦୧୭୧

ଝାରସୁଗୁଡ଼ା – ୦୬୬୪୫-୨୭୨୫୩୦,

ହାୱଡା – ୯୪୩୩୩୫୭୯୨୦

ଏବଂ ରାଞ୍ଚି- ୦୬୫୧-୨୭୮୭୧୧୫

Free2speak

About Author

Leave a comment

Your email address will not be published. Required fields are marked *

You may also like

ଦେଶ ବିଦେଶ ବ୍ୟବସାୟ

କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ଏକ ସାମୂହିକ ପ୍ରୟାସ ହେବା ଆବଶ୍ୟକ: ନିର୍ମଳା ସୀତାରମଣ |

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ, କାରଣ ଟେକ୍ନୋଲୋଜି କ୍ରମାଗତଭାବେ ବିକଶିତ ହେଉଛି ଏବଂ ବଦଳୁଛି
ଦେଶ ବିଦେଶ

କର୍ଣ୍ଣାଟକରେ ଓମିକ୍ରନ୍ ଭୟ: ମଲ୍, ସିନେମା ହଲ୍ ପରିଦର୍ଶନ ପାଇଁ ଦୁଇଟି ଡୋଜ୍ ଜରୁରୀ | ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ନୂତନ ନିୟମ |

କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ ମଲ, ପ୍ରେକ୍ଷାଳୟ ଏବଂ ସିନେମା ହଲ ପାଇଁ ବାଧ୍ୟତାମୂଳକ କରିଛନ୍ତି ଯେ କେବଳ ସେହି ପରିଦର୍ଶକଙ୍କୁ କୋଭିଡ -19 ଟିକା ନେଇଛନ୍ତି।