ଭାରସାମ୍ୟ ହରାଇ ଗଛକୁ ପିଟିଲା ଘରୋଇ ଯାତ୍ରୀବାହୀ ବସ୍…

ବାଲେଶ୍ୱର : ଭାରସାମ୍ୟ ହରାଇ ଗଛକୁ ପିଟିଲା ଘରୋଇ ଯାତ୍ରୀବାହୀ ବସ୍ । ଡ୍ରାଇଭର ସମେତ ୧୫ ଯାତ୍ରୀ ଗୁରୁତର । ସୂଚନା ଅନୁଯାୟୀ ଆଜି ସକାଳେ ବାଲିଆପାଳରୁ ଯାତ୍ରୀ ନେଇ ବାଲେଶ୍ୱର ଅଭିମୁଖେ ଯାଉଥିବା ନୁପୁର ନାମକ ଏକ ଘରୋଇ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସର ଆଗ ଚକା ଫାଟି ଯିବାରୁ ସିଂଲା ଥାନା ଅନ୍ତର୍ଗତ ପୁଟୁରା ଛକ ନିକଟରେ ଭାରସାମ୍ୟ ହରାଇ ବସଟି ରାସ୍ତା କଡରେ ଥିବା ଏକ ଗଛକୁ ଶକ୍ତ ଧକ୍କା ଦେଇଥିଲା । ଫଳରେ ବସରେ ଥିବା ୧୫ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତ ଆହତ ହୋଇଛନ୍ତି । ବସର ଆଗ ପଟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ଡ୍ରାଇଭର ଦୀର୍ଘ ସମୟ ଧରି ବସ୍ ଭିତରେ ଫସି ରହିଥିଲେ । ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସାହାଯ୍ୟରେ ବସ୍ତା ହସପିଟାଲରେ ଭର୍ତ୍ତି କରାଇଛନ୍ତି । ବସରେ ୩୦ରୁ ଉର୍ଦ୍ଧ୍ୱ ଯାତ୍ରୀ ନ୍ଖକ୍ସ ନିଜ ଗନ୍ତବ୍ୟସ୍ଥଳକୁ ଯାତ୍ରା ଆରମ୍ଭ କରିଥିଲେ । ବସ୍ ଦୁର୍ଘଟଣା ଖବର ପାଇ ସିଂଲା ପୋଲିସ ସେଠାରେ ପହଞ୍ଚି ତଦନ୍ତ ଜାରି ରଖିଛି ।