ଓଡିଶା

ଓଡ଼ିଶା କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର…

ଗଜପତି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଓଡ଼ିଶା କ୍ଷେତ ମଜଦୁର ୟୁନିୟନର ଜିଲ୍ଲା କମିଟି ସଭ୍ୟ ଦଣ୍ଡପାଣି ରଇତଙ୍କ ନେତୃତ୍ୱରେ ୧୦ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ସେଥିରେ ଉଲ୍ଲେଖ୍ୟ ଦାବିଗୁଡିକ ହେଲା ଗ୍ରାମାଞ୍ଚଳ ଶ୍ରମିକମାନଙ୍କୁ ବର୍ଷକୁ ୨୦୦ ଦିନ କାମ ଓ ଦୈନିକ ୬୦୦ ଟଙ୍କା ମଜୁରୀ ଦେବା ପାଇଁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନାରେ ୨ ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ କରାଯାଉ, ଖାଦ୍ୟ ସାମଗ୍ରୀ ଉପରୁ ଜିଏସଟି ଛାଡ଼ କରାଯାଉ, ଦଳିତ ଆଦିବାସୀ ଛାତ୍ରମାନଙ୍କୁ ଛାତ୍ର ବୃତ୍ତି ଦେବା ପାଇଁ ବ୍ୟୟ ବରାଦ ବୃଦ୍ଧି କରାଯାଉ, ଅଙ୍ଗନବାଡି ପୋଷଣ ଯୋଜନାରେ ବ୍ୟୟବରାଦ ବୃଦ୍ଧି କରାଯାଉ, କୃଷି ଉପକରଣ ସାର, ବିହନ ଓ ଔଷଧରେ ଅଧିକ ରିହାତି ଦେବା ପାଇଁ ବ୍ୟୟ ବରାଦ ବୃଦ୍ଧି କରାଯାଉ, ସମସ୍ତ ଭୂମିହୀନ ପରିବାରକୁ ଘରଡିହ ଯୋଗାଇ ଦିଆଯାଉ, ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ମୋଟ ୧୦ ଲକ୍ଷ ଟଙ୍କା ଦିଆଯାଉ (ରାଜ୍ୟ ସରକାର ୫ ଲକ୍ଷ ଟଙ୍କା ଓ କେନ୍ଦ୍ର ସରକାର ୫ ଲକ୍ଷ ଟଙ୍କା) ।

ଗଜପତିରୁ ବିବେକାନନ୍ଦ ବେହେରା          

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା