ଓଡିଶା

ମହାଦେବଙ୍କୁ କରିପାରିଲେନି ଦର୍ଶନ, ହାତରେ ବାହୁଙ୍ଗି ଧରି ଅନ୍ତିମ ଯାତ୍ରାରେ ଭକ୍ତ…

ସାଲେପୁର, (ଏଫ୍ ଟୁ ଏସ୍ /ଅଭୟ ଜେନା) : ଶ୍ରାବଣ ମାସ ଦ୍ୱିତୀୟ ସୋମବାରରେ ମହାଦେବଙ୍କୁ ଜଲଲାଗି କରିବାକୁ ଘରୁ ବାହାରିଥିଲେ ଭକ୍ତ । ହେଲେ ଜାଣି ନ ଥିଲେ ମହାଦେବଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ଘଟିଯିବ ଅଘଟଣ । ରବିବାର ବିଳମ୍ବିତ ରାତିରେ କଟକ-ଚାନ୍ଦବାଲି ରାସ୍ତା ନିଶ୍ଚିନ୍ତକୋଇଲି ତହସିଲ ଅଫିସ ଛକରେ ଏକ କାର କାଉଡିଆମାନଙ୍କ ଉପରେ ମାଡିଯିବାରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହାସହ ତିନି ଜଣ ଗୁରୁତରଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ଘଟଣାରୁ ପ୍ରକାଶ, ଜିଗୀନପୁର ବସୁପଦା ଗ୍ରାମର ୩୭ ଜଣ କାଉଡିଆ ଭକ୍ତ ପାଣି ଉଠାଇ ନିଜ ଗ୍ରାମର ସିଦ୍ଧେଶ୍ୱର ମହାଦେବଙ୍କ ପାଖରେ ଜଳ ଲାଗି କରିବା ପାଇଁ ଯାଉଥିଲେ । ନିଶ୍ଚିନ୍ତକୋଇଲି ତହସିଲ ଛକ ରାସ୍ତା ଦେଇ କାଉଡିଆ ଭକ୍ତମାନେ ଯିବା ସମୟରେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ କାର ସେମାନଙ୍କୁ ଧକ୍କା ଦେଇଥିଲା ।

ଘଟଣା ଘଟିବା ପରେ ପ୍ରଥମେ ପୋଲିସ ସହାୟତାରେ ଗୁରୁତରଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି l ଖବର ପାଇ ପରିବାରଠାରୁ ଆରମ୍ଭ କରି ଗ୍ରାମ ଲୋକଙ୍କ ପର୍ଯ୍ୟନ୍ତ ଭିଡ଼ ଲାଗିବା ସହ ଶୋକାକୁଳ ପରିବେଶ ସୁଷ୍ଟି ହୋଇଛି l ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା