ଓଡିଶା

ବେଗୁନିଆପଡ଼ାରେ ମାଣ୍ଡିଆ ଚାଷୀଙ୍କ ଅସନ୍ତୋଷ, ଏଯାଏଁ ମିଳିନି ବିହନ…

ଗଞ୍ଜାମ, (ଏଫ୍ ଟୁ ଏସ୍/ବାପୁନି କୁମାର ମାଲୁ) : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକରେ ଚାଷୀମାନଙ୍କୁ ମାଣ୍ଡିଆ ବିହନ ଦିଆଯାଉ ନ ଥିବା ଅଭିଯୋଗ ହୋଇଛି । ନିର୍ଦ୍ଧାରିତ ସମୟରେ ଯଦିଓ କୃଷି କାର୍ଯ୍ୟାଳୟରେ ମାଣ୍ଡିଆ ବିହନ ପହଞ୍ଚି ସାରିଛି, କିନ୍ତୁ ଏଯାଏଁ ମାଣ୍ଡିଆ ବିହନ ଚାଷୀଙ୍କୁ ଯୋଗାଇ ଦିଆଯାଇନାହିଁ । ଯାହାକୁ ନେଇ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଚାଷୀ ଅସନ୍ତୋଷ ଦେଖିବାକୁ ମିଳୁଛି । ଖାଦ୍ୟରେ ପୋଷଣ ଥିବା କ୍ଷୁଦ୍ର ଖାଦ୍ୟ ଶସ୍ୟ ଗୁଡ଼ିକର ବ୍ୟବହାର ପାଇଁ ସରକାର କହୁଛନ୍ତି । ମାତ୍ର ଏହାକୁ ଆବଶ୍ୟକ ପ୍ରୋତ୍ସାହନ ଦିଆ ଯାଉନଥିବା ପରିଲକ୍ଷିତ ହେଉଛି । ମାଣ୍ଡିଆ ପୂର୍ବରୁ ଗରିବ ଲୋକଙ୍କର ପ୍ରଧାନ ଖାଦ୍ୟ ଥିଲା । ହେଲେ ଏବେ ଏହାକୁ ବଡ଼ ବଡିଆମାନେ ଜଳଖିଆରେ ବ୍ୟବହାର କରୁଛନ୍ତି । ବହୁ ଲୋକଙ୍କର ପ୍ରିୟ ଖାଦ୍ୟ ହୋଇଛି ମାଣ୍ଡିଆ । ତଥାପି ଏହାର ଚାଷ କମି କମି ଯାଉଛି । ସଠିକ୍ ସମୟରେ ଚାଷୀଙ୍କୁ ବିହନ ଯୋଗାଇ ଦିଆଯାଉ ନ ଥିବାରୁ ଚାଷ ପ୍ରତି ମୁହଁ ଫେରାଉଛନ୍ତି ଚାଷୀ । ଅପରପକ୍ଷେ ବେଗୁନିଆପଡ଼ା ବ୍ଳକର ନିର୍ଦ୍ଧିଷ୍ଟ କିଛି ପଞ୍ଚାୟତର ଚାଷୀଙ୍କୁ ବିହନ ଦିଆଯିବ ବୋଲି ଶୁଣିବାକୁ ମିଳୁଛି । ଏହି ବିହନ ୪ଟି ପଞ୍ଚାୟତର ହିତାଧିକାରୀଙ୍କୁ ଦିଆଯିବ ବୋଲି କୁହାଯାଉଥିବାବେଳେ ଏପର୍ଯ୍ୟନ୍ତ ହିତାଧିକାରୀ ଚୟନ କରାଯାଇ ନାହିଁ ବୋଲି କହିଛନ୍ତି ବେଗୁନିଆପଡ଼ା ବ୍ଳକ କୃଷି ଅଧିକାରୀ ରାମଲାଲ ସାମଦ । ଖୁବ୍ ଶୀଘ୍ର ହିତାଧିକାରୀ ଚୟନ କରାଯିବ ବୋଲି ସେ କହିଛନ୍ତି । ସେପଟେ ମାଣ୍ଡିଆ ବିହନ ହିତାଧିକାରୀଙ୍କୁ ନେଇ ବିଜେଡି – ବିଜେପି ଟଣାଓଟରା ତଥା ରାଜନୈତିକ ଅଭିସନ୍ଧି ରହିଥିବା ମଧ୍ୟ ଚର୍ଚ୍ଚା ହେଉଛି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା