ଓଡିଶା

ଦୀର୍ଘ ୫ ବର୍ଷର ଲଢେଇ, ଶେଷରେ ନିଜ ହକ୍ ପାଇଲେ ଅନୁଶ୍ରବ…

ଗଜପତି, (ଏଫ୍ ଟୁ ଏସ୍ /ବିବେକାନନ୍ଦ ବେହେରା) : ଦୀର୍ଘ ୫ ବର୍ଷର ସଂଘର୍ଷ । ଶେଷରେ ସଫଳତା ହାସଲ କଲେ ପାରଳାଖେମୁଣ୍ଡି ବେବର୍ତ୍ତା ସାହିର ବିଜୟାନନ୍ଦ ଗନ୍ତାଏତଙ୍କ ସୁଯୋଗ୍ୟ ପୁତ୍ର ଅନୁଶ୍ରବ ଗନ୍ତାଏତ । ଦୀର୍ଘ ୫ ବର୍ଷର ଦୃଢ ସଂଗ୍ରାମ ପରେ ସେ ଏହି କୃତିତ୍ୱ ହାସଲ କରିପାରିଛନ୍ତି । ନିଟ୍ ରାଉରକେଲାରୁ ପାଠ୍ୟକ୍ରମ ଶେଷ କରିବା ପରେ ଅନୁଶ୍ରବ ୨୦୧୭-୧୮ ଓପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଲିଖିତ ଓ ମୌଖିକ ପରୀକ୍ଷାରେ ମୋଟ ୧୩୬୫ ମାର୍କ ରଖିଥିଲେ ସେ । କିନ୍ତୁ ଦୁର୍ଭାଗ୍ୟର ବିଷୟ ତାଙ୍କଠାରୁ କମ୍ ମାର୍କ ରଖିଥିବା (୧୩୦୨-୧୦୬୫) ପ୍ରାର୍ଥୀ ମାନଙ୍କୁ ଚୟନ କରାଯାଇଥିଲା । ଏଥିରେ ସେ ମର୍ମାହତ ହୋଇ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ ତଥା ରାଜ୍ୟ ପ୍ରଶାସନ ଟ୍ରିବ୍ୟୁନାଲଙ୍କ ଦ୍ୱାରସ୍ତ ହୋଇଥିଲେ । କିନ୍ତୁ ସେଥିରେ ବିଫଳ ହେବାରୁ ଉଚ୍ଚ ନ୍ୟାୟାଳୟଙ୍କଠାରେ ନ୍ୟାୟ ପାଇଁ ଲଢାଇ ଜାରି ରଖିଲେ ।

ଶେଷରେ ନ୍ୟାୟାଳୟଙ୍କ ବିଚାର ତାଙ୍କରି ନିଷ୍ଠାକୁ ସମ୍ମାନ ଜଣାଇ ରାଜ୍ୟ ସରକାରଙ୍କଠାରୁ ଯୋଗ୍ୟତା ଭିତ୍ତିକ ସମ୍ପୂର୍ଣ୍ଣ ବିବରଣୀ ମାଗିଥିଲେ । ଏହି ବିବରଣୀ ଉପରେ ନ୍ୟାୟାଳୟ ୫୬ ପୃଷ୍ଠା ସମ୍ୱଳିତ ନିଜର ଶୁଣାଣି କରିଥିଲେ । ଏଥିରେ ଜୁନ୍ ୨୦୧୯ ଯୋଗ୍ୟତା ଲିଷ୍ଟରେ ମାନ୍ୟବର କୋର୍ଟ ଅନୁଶ୍ରବଙ୍କୁ ପ୍ରଥମ ଶ୍ରେଣୀ ଜୁନିୟର କ୍ୟାଡରରେ ଅବସ୍ଥାପିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତତ୍ ସହିତ ଯେଉଁମାନେ ତାଙ୍କଠାରୁ କମ୍ ମାର୍କ ରଖି ଉଚ୍ଚ ପଦବୀ ପାଇଛନ୍ତି, ଅନୁଶ୍ରବଙ୍କୁ ସେହିସବୁ ସୁବିଧା ଦେବାକୁ ମାନ୍ୟବର ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ଏବଂ ଏହାକୁ ୩୧ ମାର୍ଚ୍ଚରେ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାନ୍ୟବର ଅଦାଲତଙ୍କ ଶୁଣାଣୀ ଭିତ୍ତିରେ ଅନୁଶ୍ରବ ୨୫ ଜୁଲାଇ ୨୦୨୪ ତାରିଖରେ ପୁରୀ ଜିଲ୍ଲାପାଳଙ୍କ ଅଧିନରେ ନିଯୁକ୍ତି ପାଇଛନ୍ତି । ତାଙ୍କରି ଏହି ବିରଳ କୃତିତ୍ୱ ପାଇଁ ପାରଳାଖେମୁଣ୍ଡିରେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା