ଓଡିଶା

କରଣ ସମାର ଉନ୍ନତି ପାଇଁ କାମ କରିବେ ଗଜପତି କରଣ ସମାଜର ନବ ନିର୍ବାଚିତ ସଭ୍ୟ/ସଭ୍ୟା…

ଗଜପତି, (ଏଫ୍ ଟୁ ଏସ୍ /ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲା ସ୍ଥାନୀୟ ଜୟ ବୀର ହନୁମାନ ଧ୍ୟାନ ପୀଠ, କରଣ ସାହିରେ ଆବାହକ ଅମିତ୍ କୁମାର ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଚତୁର୍ଥ ପର୍ଯ୍ୟାୟ ବୈଠକରେ ଗଜପତିର କରଣ ମହାସଂଘର ପ୍ରଗତି, ଉନ୍ନତି ଏବଂ ବିକାଶ ନିମନ୍ତେ ସମସ୍ତେ ଏକତାର ସହ କାମ କରିବା ଏବଂ ଅନୁଷ୍ଠାନର ପଞ୍ଜୀକରଣ ପାଇଁ ଅଗ୍ରସର ହେବାକୁ ପ୍ରସ୍ତୁତି ହୋଇଥିଲେ । ଏହି ଅବସରରେ ସଂଗଠନର କର୍ମକର୍ତ୍ତା ଚୟନ କରାଯାଇଥିଲା । ସଭାପତି ଭେଙ୍କେଟେଶ୍ୱର ପଟ୍ଟନାୟକ, ଉପ ସଭାପତି ଅମୂଲ୍ୟ ପାତ୍ର ଓ ଇନ୍ଦିରା ପଟ୍ଟନାୟକ, ମୁଖ୍ୟ ସମ୍ପାଦକ ଅମିତ୍ କୁମାର ପଟ୍ଟନାୟକ, ସମ୍ପାଦକ ଅରୁପାଞ୍ଜଳି ମହାନ୍ତି, ସହ ସମ୍ପାଦକ ମାତଙ୍ଗିନୀ ଗୁରୁ, କୋଷାଧ୍ୟକ୍ଷ ହରିହର ପଟ୍ଟନାୟକ ରହିଥିବାବେଳେ ଉପଦେଷ୍ଟା ତଥା ଆଇନ୍ ପରାମର୍ଶଦାତା ଭାବେ ଡ. ଭୁବନେଶ୍ୱର ପଟ୍ଟନାୟକ, ଉପଦେଷ୍ଟା ଭାବେ ବିଚିତ୍ରାନନ୍ଦ ବେବର୍ତ୍ତା, ହରୀମୋହନ ପଟ୍ଟନାୟକ, କ୍ୟାପ୍ଟେନ ମାଳିକାର୍ଜୁନ ପଟ୍ଟନାୟକ, ସୁଧୀର କୁମାର ପଟ୍ଟନାୟକ, ଶରତ ଚନ୍ଦ୍ର ପାତ୍ର, ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, ନେତ୍ରାନନ୍ଦ ପଟ୍ଟନାୟକ ଦାୟିତ୍ବ ଗ୍ରହଣ କରିଛନ୍ତି । ଏତଦ୍ ବ୍ୟତୀତ ସଂଗଠନରେ ୧୧ ଜଣ ସଭ୍ୟ/ସଭ୍ୟା ମଧ୍ୟ ସ୍ଥାନ ଗ୍ରହଣ କରିଛନ୍ତି । ଚଳିତ ମାସରେ ଅନୁଷ୍ଠାନର ପଞ୍ଜୀକରଣ ପାଇଁ ପଦକ୍ଷେପ ନିଆଯିବ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା