ଅସହାୟ ନାବାଳକଙ୍କ ମାଆଙ୍କର ଶୁଦ୍ଧିକ୍ରିୟାରେ ସହଯୋଗର ହାତ ବଢ଼େଇଲେ ସମାଜସେବୀ…

କେନ୍ଦ୍ରାପଡ଼ା, (ଏଫ୍ ଟୁ ଏସ୍) : ଗତ ତିନି ବର୍ଷ ହେଲାଣି ବାପା ଆରପାରିରେ । ପର ଘରେ ମୂଲ ଲାଗି ବହୁ ଦୁଃଖ କଷ୍ଟରେ ଚଳୁଥିଲେ ଦୁଇ ପୁଅ ଏବଂ ମା । ହେଲେ ବିଧିର ବିଧାନ ଥିଲା ଅଲଗା । କୁହାଯାଏ ଭଗବାନ ଯେତେବେଳେ ଦୁଃଖ ଦିଅନ୍ତି ପୁରା ଛପର ଫାଡି ଦିଅନ୍ତି । ମା ମଧ୍ୟ କିଛି ଦିନ ତଳେ ବ୍ରେନ୍ ଷ୍ଟ୍ରୋକରେ ପରପାରିକୁ ଚାଲିଗଲେ । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଷାଘାଇ ବ୍ଲକ୍ ଅନ୍ତର୍ଗତ କୁହୁଡ଼ି ପଞ୍ଚାୟତର ନରେନ୍ଦ୍ରପୁର ଗ୍ରାମରେ । ବର୍ତ୍ତମାନ ଦୁଇ ଅସହାୟ ନାବାଳକଙ୍କ ଦୁଃଖ ବୁଝିବାକୁ ପଡ଼ୋଶୀ ଏବଂ ଭଗବାନ ବ୍ୟତୀତ ଅନ୍ୟକେହି ନାହାନ୍ତି l
ଘଟଣା ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲ୍ଲାରେ କାର୍ଯ୍ୟ କରୁଥିବା ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟର ସଦସ୍ୟ ଫୋନ୍ ଯୋଗେ ଅଧ୍ୟକ୍ଷ ତଥା ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦର ରାଜ୍ୟ ଉପସଭାପତି କୁନା ଦିଗାଲଙ୍କୁ ଜଣାଇଥିଲେ । କୁନା ଦିଗାଲ ଖବର ପାଇ କେନ୍ଦ୍ରାପଡ଼ାରେ ଥିବା ରଶ୍ମି ଚାରିଟେବୁଲ୍ ଟ୍ରଷ୍ଟର ଅଧ୍ୟକ୍ଷାଙ୍କ ସହିତ ଆଲୋଚନା କରି ତୁରନ୍ତ ଅସହାୟ ନାବାଳକଙ୍କ ମାଆଙ୍କ ଶୁଦ୍ଧିକ୍ରିୟା କାର୍ଯ୍ୟ ନିମନ୍ତେ ଅର୍ଥରାଶି ସମେତ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇଥିବା ଜଣାପଡିଛି । ରଶ୍ଚି ଚାରିଟେବୁଲ୍ ଟ୍ରଷ୍ଟର ଏଭଳି ନିସ୍ବାର୍ଥପର ସହଯୋଗକୁ ଦେଖି ଅଞ୍ଚଳବାସୀ ପ୍ରଶଂସା କରିଵା ସହିତ ଏଭଳି ସ୍ୱହୃଦୟ ମଣିଷ ବହୁତ କମ୍ ମିଳନ୍ତି ବୋଲି କେନ୍ଦ୍ରାପଡ଼ାରେ ଚର୍ଚ୍ଚା ହେଉଛି l
ସେପଟେ ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟର ଅଧ୍ୟକ୍ଷ ତଥା AICWC ର ରାଜ୍ୟ ଉପ ସଭାପତି କୁନା ଦିଗାଲ ଫୋନ୍ ଯୋଗେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ, ଖାଦ୍ୟ ଯୋଗାଣ ଅଧିକାରୀ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସହିତ ଯୋଗାଯୋଗ କରିଛନ୍ତି । ଦୁଇ ନାବାଳକଙ୍କ ଥଇଥାନ ସହିତ ତାଙ୍କର ପାଠପଢ଼ା ଏବଂ ସରକାରଙ୍କ ତରଫରୁ ମାସିକ ସରକାରୀ ସହାୟତା ପ୍ରଦାନ କରିବା ନିମନ୍ତେ ଆଲୋଚନା କରିଛନ୍ତି ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟର ଅଧ୍ୟକ୍ଷ କୁନା ଦିଗାଲ ।

କୁନା ଦିଗାଲ