ବିହାର, ଆନ୍ଧ୍ର, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ ଏବଂ ସିକିମ ପାଇଁ ବିଶେଷ ଘୋଷଣା…

ବଜେଟ୍ ପେଡିରେ ବିହାର, ଆନ୍ଧ୍ର, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ ଏବଂ ସିକିମ ପାଇଁ ବିଶେଷ ଘୋଷଣା । ବିହାରରେ ନୂଆ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ ଅନୁଦାନ ମିଳିବ । ଆନ୍ଧ୍ରପ୍ରଦେଶ ପାଇଁ ବି ବିଶେଷ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଆନ୍ଧ୍ରପ୍ରଦେଶକୁ ୧୫,୦୦୦ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ । ପୋଲାଭରମ ଆନ୍ଧ୍ରର ଜୀବନ ରେଖା । ତେଣୁ ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଯୋଜନାରେ ବି ଅନୁଦାନ ଘୋଷଣା କରାଯାଇଛି । ବନ୍ୟାରେ ବିପୁଳ କ୍ଷତିଗ୍ରସ୍ତ ହିମାଚଳପ୍ରଦେଶର ପୁନର୍ଗଠନ ପାଇଁ ରହିଛି ପ୍ରସ୍ତାବ । ଏହା ସହ ଉତ୍ତରାଖଣ୍ଡ ଏବଂ ସିକିମକୁ ମିଳିଛି ବିକାଶର ସ୍ରୋତ ।