ଦେଶ ବିଦେଶ

ବଢ଼ିଲା ମୁଦ୍ରା ଲୋନ୍‌ । ଦେଶରେ ଆଉ ୧୨ଟି ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା…

ବଢ଼ିଲା ମୁଦ୍ରା ଲୋନ୍‌ । ଚଳିତ ବଜେଟରେ ମୁଦ୍ରା ଲୋନକୁ ୧୦ ଲକ୍ଷରୁ ୨୦ ଲକ୍ଷକୁ ବୃଦ୍ଧି କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି । ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଏହି ଲୋନ୍‌ ପାଇପାରିବେ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ମୁଦ୍ରା ଲୋନ ଏକ ସରକାରୀ ଯୋଜନା । ଯେଉଁ ମାଧ୍ୟମରେ ଉଦ୍ଦ୍ୟୋଗୀମାନଙ୍କୁ ଋଣ ପ୍ରଦାନ କରାଯାଇଥାଏ । ଏହା ଅଧୀନରେ ୩ଟି ଶ୍ରେଣୀ ରହିଛି । ଶିଶୁ( ୫୦ ହଜାର ଟଙ୍କା), କିଶୋର(୫୦ ହଜାରରୁ ୫ ଲକ୍ଷ ଟଙ୍କା) ଏବଂ ତରୁଣ (୫ରୁ ୧୦ ଲକ୍ଷ ଟଙ୍କା) ।

ଦେଶର ଯୁବକମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଆରମ୍ଭ କରିଥିଲେ । ଛୋଟ ଉଦ୍ୟୋଗ ଚଳାଇବା ପାଇଁ ଓ ଏହାର ବିସ୍ତାର କରିବା ପାଇଁ ଏହି ଯୋଜନା ମାଧ୍ୟମରେ ୧୦ ଲକ୍ଷ ଟଙ୍କା ଦିଆଯାଉଥିଲା, ଯାହା ଏବେ ୨୦ ଲକ୍ଷରେ ପହଞ୍ଚିଛି ।

ସେହିପରି ଭାରତୀୟ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କର ବୃଦ୍ଧି ପାଇଁ ଆସନ୍ତା ୩ ବର୍ଷରେ ନୂଆ ବ୍ରାଞ୍ଚ ଖୋଲାଯିବ । ଚଳିତ ବର୍ଷ ହିଁ ବିଭିନ୍ନ ରାଜ୍ୟରେ ୨୪ଟି ବ୍ରାଞ୍ଚ ଖୋଲାଯିବ । ଦେଶରେ ଆଉ ୧୨ଟି ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା ହେବ । ଶିଳ୍ପ କାରଖାନାରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ବିଶେଷ ବ୍ୟବସ୍ଥା ହେବ । ପିପିପି ମୋଡ୍‌ରେ ନିର୍ମାଣ ହେବ ରେଣ୍ଟାଲ ହାଉସିଂ ବ୍ୟବସ୍ଥା । ଡର୍ମିଟୋରୀ ବ୍ୟବସ୍ଥା ରହିବ । ଏଠାରେ ସୁବିଧାରେ ରହିପାରିବେ ଶ୍ରମିକ ।

ଏହାସହ ଦେଶର ବିଭିନ୍ନ ସହରରେ ନିର୍ମାଣ ହେବ ୧୦୦ ଷ୍ଟ୍ରିଟ୍‌ ଫୁଡ୍‌ ହବ୍‌ । ବଛା ବଛା ସହରରେ ୧୦୦ ଷ୍ଟ୍ରିଟ୍‌ ଫୁଡ୍‌ ହବ୍‌ ଓ ହାଟ ନିର୍ମାଣ ହେବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଦେଶ ବିଦେଶ ବ୍ୟବସାୟ

କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ଏକ ସାମୂହିକ ପ୍ରୟାସ ହେବା ଆବଶ୍ୟକ: ନିର୍ମଳା ସୀତାରମଣ |

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ, କାରଣ ଟେକ୍ନୋଲୋଜି କ୍ରମାଗତଭାବେ ବିକଶିତ ହେଉଛି ଏବଂ ବଦଳୁଛି
ଦେଶ ବିଦେଶ

କର୍ଣ୍ଣାଟକରେ ଓମିକ୍ରନ୍ ଭୟ: ମଲ୍, ସିନେମା ହଲ୍ ପରିଦର୍ଶନ ପାଇଁ ଦୁଇଟି ଡୋଜ୍ ଜରୁରୀ | ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ନୂତନ ନିୟମ |

କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ ମଲ, ପ୍ରେକ୍ଷାଳୟ ଏବଂ ସିନେମା ହଲ ପାଇଁ ବାଧ୍ୟତାମୂଳକ କରିଛନ୍ତି ଯେ କେବଳ ସେହି ପରିଦର୍ଶକଙ୍କୁ କୋଭିଡ -19 ଟିକା ନେଇଛନ୍ତି।