ବଜେଟରେ ଓଡ଼ିଶାରେ ପର୍ଯ୍ୟଟନକୁ ବିଶେଷ ଗୁରୁତ୍ୱ…

ଚଳିତ ବଜେଟର ଓଡିଶାକୁ ଗୁରୁତ୍ୱ ଦିଆଯାଇଛି । ରାଜ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଗୁରୁତ୍ୱ ଦେଇଛନ୍ତି ମୋଦୀ ସରକାର । ମନ୍ଦିର, ବନ୍ୟଜନ୍ତୁ, ସାମୁଦ୍ରିକ ସମ୍ପଦ ପାଇଁ ଓଡ଼ିଶା ଜଣାଶୁଣା । ତେଣୁ ଓଡ଼ିଶାରେ ପର୍ଯ୍ୟଟନକୁ ବିଶେଷ ଗୁରୁତ୍ୱ ଦିଆଯିବ । ବିଶେଷ କରି ପ୍ରାକୃତିକ ଶୋଭାର ସମୃଦ୍ଧ ଓଡିଶାର ବନ୍ୟପ୍ରାଣୀ ଅଭୟାରଣ୍ୟ ଓ ବେଳାଭୂମି ଗୁଡିକ ପର୍ଯ୍ୟଟନର ମୁଖ୍ୟ ଆଧାର ହୋଇଥିବାରୁ ଏହାକୁ ବିଶେଷ ଗୁରୁତ୍ୱ ଦିଆଯିବ । ଏହାକୁ ବିଶ୍ୱର ଏକ ମୁଖ୍ୟ ପର୍ଯ୍ୟଟନ ଗନ୍ତବ୍ୟ ସ୍ଥଳ ଭାବେ ପରିଣତ କରିବାକୁ ଆର୍ଥିକ ସହାୟତା ଦିଆଯିବାକୁ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଣ୍ୟପ୍ରାଣୀ ଅଭୟାରଣ୍ୟ ଓ ବେଳାଭୂମିର ବିକାଶ ପାଇଁ ସ୍ବତନ୍ତ୍ର ଆର୍ଥିକ ସହାୟତା ଦିଆଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଏହାସହ ବିହାରର ନାଳନ୍ଦାକୁ ମଧ୍ୟ ବିଶ୍ୱ ଗନ୍ତବ୍ୟସ୍ଥଳ କରିବାକୁ ବିଶେଷ ଆର୍ଥିକ ସହାୟତା ଦିଆଯିବ ।