କେନ୍ଦ୍ର ବଜେଟ୍ । ଏମ୍ଏସ୍ଏମ୍ଇ ଉପରେ ଗୁରୁତ୍ବ…

ଦେଶର ଅଭିବୃଦ୍ଧି ମୂଳ ଆଧାରର ଏକ ଅଂଶ ତଥା ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) କୁ ପ୍ରୋତ୍ସାହିତ କରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ଦିଗରେ ବିଶେଷ ଘୋଷଣା କରିଛନ୍ତି । ଏମ୍ଏସ୍ଏମଇ୍ ରେ ବିଶେଷ ରିହାତି କାରଣରୁ ପ୍ରତିରକ୍ଷା, ଇଲେକ୍ଟ୍ରୋନିକ୍ସ ଏବଂ ବୈଦ୍ୟୁତିକ ଯାନ (ଇଭି) ଉତ୍ପାଦନରେ ଅଭିବୃଦ୍ଧି ହେବ ବୋଲି ଆଶା କରାଯାଇଛି ।
ସଂସଦରେ ଆଗତ ହୋଇଛି ୨୦୨୪-୨୫ ବର୍ଷ ପାଇଁ ବଜେଟ୍ । ସମସ୍ତ ଔପଚାରିକତା ଶେଷ ପରେ ଅର୍ଥମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ସହ ସଂସଦରେ ଉପସ୍ଥିତ ହୋଇଥିଲେ ମନ୍ତ୍ରୀଗଣ ଓ ସବୁ ଦଳର ସାଂସଦ । ଏହାପରେ ସ୍ପିକର ଗୃହକୁ ସମ୍ବୋଧନ କରିବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି କେନ୍ଦ୍ର ବଜେଟ୍ । ବଜେଟ ଉପସ୍ଥାପନ କରିବାକୁ ଅର୍ଥମନ୍ତ୍ରୀ ରାଷ୍ଟ୍ରପତିଙ୍କଠାରୁ ଅନୁମୋଦନ ନେଇଥିଲେ । ଏହି ସମୟରେ ରାଷ୍ଟ୍ରପତି ମୁର୍ମୁ, ନିର୍ମଳା ସୀତାରମଣଙ୍କୁ ବଜେଟ ଉପସ୍ଥାପନ ପୂର୍ବରୁ ଆଶୀର୍ବାଦ କରିବା ସ୍ବରୂପ ନିଜ ହାତରେ ଅର୍ଥମନ୍ତ୍ରୀଙ୍କୁ ଦହି ଚିନି ଖୁଆଇ ଥିବା ଦେଖିବାକୁ ମିଳିଥିଲା ।
ସେପଟେ କେନ୍ଦ୍ର ବଜେଟ୍-୨୦୨୪ ଉପସ୍ଥାପନାର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, “ଏହି ବଜେଟ୍ ଅମୃତ କାଳର ଏକ ଗୁରୁତ୍ୱପୂର୍ଣ୍ଣ ବଜେଟ୍ । ଏହି ବଜେଟ୍ ଆମ ପାଖରେ ଥିବା ପାଞ୍ଚ ବର୍ଷର ଯାତ୍ରା ଦିଗ ନିର୍ଣ୍ଣୟ କରିବ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବ । ଏହାସହିତ ୨୦୪୭ ରେ ବିକଶିତ ଭାରତର ସ୍ୱପ୍ନକୁ ପୂରଣ କରିବ ।