ଓଡିଶା କଳା ସଂସ୍କୃତି

୫ ଦଶନ୍ଧି ପରେ ଖୋଲିଲା ଭିତର ଭଣ୍ଡାର…

ବ୍ୟୁରୋ, (ଏଫ୍ଟୁଏସ୍) ୧ ୮/୦୭ : ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ, ଆଜି ପୂର୍ବାହ୍ନ ୯ଟା ୫୧ ମିନିଟରେ ଖୋଲିଛି ଶ୍ରୀମନ୍ଦିରର ଭିତର ରତ୍ନ ଭଣ୍ଡାର । ପ୍ରାୟ ୫ ଦଶନ୍ଧି ପରେ ଭିତର ରତ୍ନଭଣ୍ଡାରର ଦିବ୍ୟ ଅଳଙ୍କାରକୁ ବାହାର କରାଯାଇ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମକୁ ନିଆଯିବ । ବାହାର ଭଣ୍ଡାର ପରେ ଭିତର ରତ୍ନଭଣ୍ଡାରରେ ପ୍ରବେଶ କରିଛନ୍ତି ୧୧ ଜଣିଆ ସ୍ୱତନ୍ତ୍ର ଟିମ୍ । ବାହାରେ ପ୍ରଥମେ ଲୋକନାଥ ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ଜଉମୁଦ ଲାଗିଥିବା ଚାବିରେ ତାଲା ଖୋଲାଯାଇଥିଲା । ଏହାପରେ ଟିମ୍ ସଦସ୍ୟ ଜଗନ୍ନାଥ ଭଜନ ଗାଇ ଗାଇ ଭିରତକୁ ପ୍ରବେଶ କରିଥିବା ସୂଚନା ରହିଛି ।

ଭିତର ରତ୍ନଭଣ୍ଡାରକୁ ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ସହ ଶ୍ରୀମନ୍ଦନିର ମୁଖ୍ୟ ପ୍ରଶାସକ, ଏସପି ପ୍ରବେଶ କରିଥିବା ଜଣାପଡିଛି । ସେପଟେ ଟେକନିକାଲ୍ ଟିମ୍ ଶ୍ରୀମନ୍ଦିର ଭିତରେ ରହିଛନ୍ତି । ଓଡ୍ରାଫ୍, ଅଗ୍ନିଶମ ଏବଂ ସ୍ନେକ୍ ହେଲପ୍ ଲାଇନ୍ ସଦସ୍ୟ ବି ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି । ଲାଇଟ୍, କଟର, ଜେନେରେଟର୍, ଫାୟାର୍ ମାସ୍କ, ମେଟାଲ୍ ଡିଟେକ୍ଟର ସବୁ ଭିତରକୁ ଯାଇଛି । ଗତ ରବିବାର ବାହାର ରତ୍ନଭଣ୍ଡାର ଖୋଲି ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାର ଗୁଡ଼ିକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର ହୋଇଥିବା ବେଳେ, ଆଜି ଭିତର ଭଣ୍ଡାରର ପାଳି । ସମଗ୍ର ଘଟଣାରେ ପୁରା ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଉଛି । ତେବେ ଭିତର ଭଣ୍ଡାର ଭିତରେ କ’ଣ ଅଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ପୂର୍ବରୁ ଗତ ୧୯୭୮ ମସିହାରେ ରତ୍ନ ଭଣ୍ଡାର ଖୋଲା ଯାଇଥିବା ବେଳେ ୭୧ ଦିନ ଧରି ଗଣତିମଣତି ଚାଲିଥିଲା। ତେଣୁ ଏଥର କେତେ ଦିନ ଧରି ଏହି ପ୍ରକ୍ରିୟା ଚାଲିବ ତାହା ଜଣାପଡିନି।

ଭଣ୍ଡାରକୁ ସମ୍ପୂର୍ଣ୍ଣ ରୂପେ ଏଏସ୍ଆଇକୁ ହସ୍ତାନ୍ତର କରାଯିବନି ବୋଲି ଜଣାଯାଇଛି । ପ୍ରତିଦିନ କାମ ସରିବା ପରେ ତାଲାକୁ ଜଉମୁଦ ଦିଆଯିବ ଓ ଚାବିକୁ ଟ୍ରେଜେରୀରେ ରଖାଯିବ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା