ଓଡିଶା

୩୦୦ କେଜିର ଗଞ୍ଜେଇ ଜବତ, ୨ ଗିରଫ

ଗଜପତି, (ଏଫ୍ଟୁଏସ୍/ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଅବକାରୀ ବିଭାଗକୁ ମିଳିଛି ସଫଳତା । ଗଜପତି ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଅବକାରୀ ବିଭାଗ ପକ୍ଷରୁ ପେଟ୍ରୋଲିଂ ସମୟରେ ରାୟଗଡ଼ ବ୍ଳକର ଜିରାଙ୍ଗ ଓ କଇଁପୁର ମଧ୍ୟରେ ଯାଉଥିବା ଏକ ପିକଅପ୍ ଗାଡ଼ିକୁ ନେଇ ସନ୍ଦେହ ହୋଇଥିଲା । ପାରଳାଖେମୁଣ୍ଡି ସଦର ଅବକାରୀ ଥାନା ଅଧିକାରୀ ଦୟାନିଧି ବାରିକ ଓ ସହକର୍ମୀଙ୍କ ମିଳିତ ଉଦ୍ୟମରେ ଚଢାଉ କରାଯାଇଥିଲା । ଚଢାଉରେ ୩୦୦କେଜିର ଗଞ୍ଜେଇ ଜବତ ହୋଇଛି, ଯାହାର ବଜାର ଆନୁମାନିକ ମୁଲ୍ୟ ୩୦ ଲକ୍ଷ ହେବ ବୋଲି ବିଭାଗୀୟ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ପୁଲିସ ପକ୍ଷରୁ ସୂଚନା ମିଳିଛି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା