ପ୍ରସିଦ୍ଧ ଓଳାଶୁଣୀ ପୀଠରେ ସନ୍ଥ ଅରକ୍ଷିତ ଦାସଙ୍କ ଜନ୍ମ ବାର୍ଷିକ ଉତ୍ସବ…

ସାଲେପୁର, (ଏଫ୍ଟୁଏସ୍/ଅଭୟ ଜେନା) : ପବିତ୍ର ବାହୁଡ଼ା ବଡ଼ ଏକାଦଶୀ ସୁନାବେଶ ଉପଲକ୍ଷେ ସନ୍ଥ ଅରକ୍ଷିତ ଦାସଙ୍କ ଜନ୍ମ ବାର୍ଷିକ ଉତ୍ସବ ସନ୍ଥ ଅରକ୍ଷିତ ଦାସଙ୍କ ପୀଠ ଓଳାଶୁଣୀରେ ପାଳିତ ହୋଇଯାଇଛି । ଓଳାଶୁଣୀ ଗୁମ୍ଫା ପ୍ରଚାର ପ୍ରସାର କମିଟି ସାଧାରଣ ସମ୍ପାଦକ ନବକିଶୋର ସାମଲଙ୍କ ତତ୍ତ୍ଵାବଧାନରେ ପବିତ୍ର ମହିମଣ୍ଡଳ ଗୀତର ଇଂରାଜୀ ଅନୁବାଦକ ଜୀବନାନନ୍ଦ ପଣ୍ଡା, ଅନୁଷ୍ଠାନର ଅନ୍ୟତମ ସଦସ୍ୟ ରୁଦ୍ର ନାରାୟଣ ସିଂହ, ସାମ୍ୱାଦିକ ମହେଶ୍ୱର ବଳ, ସାମ୍ୱାଦିକ ଅର୍ଜୁନ ସାହୁ, ପ୍ରଦୀପ ପୃଷ୍ଟି, ଶରତ ସିଂହ, ପୂଜକ ଅଜୟ ଦାଶ, ଚିତ୍ତରଞ୍ଜନ ସିଂହ, ଦୀନବନ୍ଧୁ ଖୁଣ୍ଟିଆ, କମଳା କାନ୍ତ ପାତ୍ର ପ୍ରମୁଖ ଉପସ୍ଥିତ ରହି ସନ୍ଥ ଅରକ୍ଷିତ ଦାସଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ । ଆଗକୁ କିଭଳି ଭାବେ ସନ୍ଥ ଅରକ୍ଷିତ ଦାସଙ୍କ ଜନ୍ମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳନ କରାଯିବ ସେ ନେଇ ଆଲୋଚନା କରଯାଇଥିଲା । ଏହାଛଡା ରାଜ୍ୟର ୨୬ଟି ଶାଖା ପୀଠରେ ଅରକ୍ଷିତ ଦାସଙ୍କ ଜନ୍ମ ବାର୍ଷିକ ପାଳନ କରାଯାଇଛି ।