ଓଡିଶା

ଗଜପତି ପୁଲିସକୁ ସଫଳତା, ଲୁଟ୍ ହୋଇଥିବା ୫ କିଲୋ ରୂପା ଗହଣା ଉଦ୍ଧାର, ଦୁଇ ଅଭଯୁକ୍ତ ଗିରଫ…

ଗଜପତି, (ଏଫ୍ଟୁଏସ୍/ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲା ଆର୍.ଉଦୟଗିରି ଥାନା ଗଡ଼ର ଗାଁ ରାସ୍ତାରୁ ରୂପା ଗହଣା ଚୋରି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଉଦୟଗିରି ପୁଲିସ୍ । ସେମାନଙ୍କଠାରୁ ୫ କେଜି ରୂପା ଓ ଗୋଟିଏ ବାଇକ ଜବତ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଜପତି ଏସପି ସ୍ଵାତି ଏସ୍ କୁମାର । ଏସପିଙ୍କ ସୂଚନା ପ୍ରକାରେ ଗତ ୧୦ ତାରିଖ ଦିନ ସକାଳ ପ୍ରାୟ ସାଢେ ୭ ଟାରେ ମୋହନା ଥାନା ଚନ୍ଦ୍ରଗିରିର ସନ୍ତୋଷ ମହାପାତ୍ର ଗୋଟିଏ ବାଇକରେ ରୂପା ଗହଣା ବିକ୍ରି ପାଇଁ ଛେଲାଗଡ ଅଞ୍ଚଳକୁ ଯାଉଥିଲେ । ଏହି ସମୟରେ ଗଡ଼ର ଗାଁ ନିକଟରେ ୨ ଜଣ ଯୁବକ ତାଙ୍କୁ ଅଟକାଇ ତାଙ୍କ ପାଖରେ ଥିବା ରୂପା ଗହଣା ବ୍ୟାଗ ଛଡାଇ ନେଇ ଫେରାର ହୋଇଯାଇଥିଲେ । ଏ ନେଇ ସନ୍ତୋଷ ଆର୍.ଉଦୟଗିରି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ ପୁଲିସ୍ ତଦନ୍ତ ଜାରି ରଖିଥିଲେ । ଶେଷରେ ପୁଲିସକୁ ସଫଳତା ମିଳିଛି । ଅପରପକ୍ଷେ ସନ୍ତୋଷ ସମସ୍ତ ରୂପା ଗହଣା ପାଇ ବେଶ୍ ଖୁସି ଅନୁଭବ କରିବା ସହ ପୁଲିସ୍ ଅଧିକାରୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଇଛନ୍ତି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା