ଦେଶ ବିଦେଶ

ପୂର୍ବତନ ମନ୍ତ୍ରୀଙ୍କ ବାପାଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ…

ବ୍ୟୁରୋ, (ଏଫ୍ଟୁଏସ୍) ୧୬/୦୭ :  ବିହାରରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଥିବାବେଳେ ବଢିବାରେ ଲାଗିଛି ଅପରାଧ । ମଙ୍ଗଳବାର ବିକାଶଶୀଳ ଇନସାନ୍ ପାର୍ଟି (ଭିଆଇପି)ର ମୁଖ୍ୟ ତଥା ବିହାର ସରକାରରେ ପୂର୍ବରୁ ମନ୍ତ୍ରୀ ଥିବା ମୁକେଶ ସାହାଣୀଙ୍କ ବାପା ଜୀତନ ସାହାଣୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଏହି ଘଟଣାକୁ ନେଇ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥାକୁ ବିରୋଧୀମାନେ ସମାଲୋଚନା କରିଛନ୍ତି । ପୁଲିସ୍ ଏ ନେଇ ଛାନଭିନ୍ ଆରମ୍ଭ କରିଥିବାବେଳେ, କ୍ଷତବିକ୍ଷତ ଅବସ୍ଥାରେ ମୃତକଙ୍କ ଶବକୁ ଉଦ୍ଧାର କରାଯାଇଛି । ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଏଥିନିମନ୍ତେ ଏସ୍ଆଇଟି ଟିମ୍ ମଧ୍ୟ ଗଠିତ ହୋଇଛି ।
ଦରଭଙ୍ଗା ଜିଲ୍ଲାର ଅଫଜଲା ପଞ୍ଚାୟତରେ ଜୀତନ ସାହାଣୀଙ୍କ ପୈତୃକ ଘରେ ଏହି ହତ୍ୟାକାଣ୍ଡ ଘଟିଛି । ଜୀତନ ସାହାଣୀଙ୍କ ପନôୀଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ସେ ଏହି ଘରେ ଏକୁଟିଆ ରହୁଥିଲେ । ଜୀତନ ସାହାଣୀଙ୍କ ଘରେ ୨ରୁ ୩ ଜଣ ଚାକର ଏବଂ ଡ୍ରାଇଭର ରହିଥାନ୍ତି । ହତ୍ୟା ପାଇଁ ଧାରୁଆ ଅସ୍ତ୍ରର ଉପଯୋଗ କରାଯାଇଛି । ତେଣୁ ଚାକର କିମ୍ବା ଡ୍ରାଇଭର ଏହି ଘଟଣାରେ ସମ୍ପୃକ୍ତ ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ନଚେତ୍ ଚୋରି ଘଟଣାରେ ମଧ୍ୟ ଏପରି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି କୁହାଯାଉଛି ।
ସେପଟେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନରାମ ମାଝୀ ଏହି ଘଟଣାକୁ ତାଙ୍କୁ ସ୍ତବ୍ଧ କରିଦେଇଥିବା କହିଥିବାବେଳେ ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି । ଏଥିସହ ଶୋକ ସନ୍ତପ୍ତ ପରିବାରକୁ ସ୍ୱାନ୍ତନା ଜଣାଇଛନ୍ତି । ଏନେଇ ଶାସକ ଦଳ ଜେଡିୟୁ ପକ୍ଷରୁ ମୁକେଶ ସାହାଣୀଙ୍କ ପିତାଙ୍କ ହତ୍ୟା ଘଟଣାକୁ ନେଇ ଖୁବ୍ ମର୍ମାହତ ବୋଲି କହିଛି । ପୁଲିସ୍ ସମଗ୍ର ମାମଲାର ଯାଞ୍ଚ କରୁଛି । ଅପରାଧି ପାତାଳରେ ଲୁଚିଥିଲେ ବି ତାକୁ ଖୋଜି ବାହର କରାଯିବ ଓ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯିବ ବୋଲି ଜେଡିୟୁ ପକ୍ଷରୁ କୁହାଯାଇଛି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଦେଶ ବିଦେଶ ବ୍ୟବସାୟ

କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ଏକ ସାମୂହିକ ପ୍ରୟାସ ହେବା ଆବଶ୍ୟକ: ନିର୍ମଳା ସୀତାରମଣ |

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ, କାରଣ ଟେକ୍ନୋଲୋଜି କ୍ରମାଗତଭାବେ ବିକଶିତ ହେଉଛି ଏବଂ ବଦଳୁଛି
ଦେଶ ବିଦେଶ

କର୍ଣ୍ଣାଟକରେ ଓମିକ୍ରନ୍ ଭୟ: ମଲ୍, ସିନେମା ହଲ୍ ପରିଦର୍ଶନ ପାଇଁ ଦୁଇଟି ଡୋଜ୍ ଜରୁରୀ | ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ନୂତନ ନିୟମ |

କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ ମଲ, ପ୍ରେକ୍ଷାଳୟ ଏବଂ ସିନେମା ହଲ ପାଇଁ ବାଧ୍ୟତାମୂଳକ କରିଛନ୍ତି ଯେ କେବଳ ସେହି ପରିଦର୍ଶକଙ୍କୁ କୋଭିଡ -19 ଟିକା ନେଇଛନ୍ତି।