ଓଡିଶା

ପାଇଖାନା ଘର ହିଁ ଗରିବଙ୍କ ସାହାଭରସା !

ଫେଲ ମାରିଛି ଆବାସ ଯୋଜନା, ରାଜନୈତିକ ଆକ୍ରୋଶର ଶିକାର ଗରିବ ସ୍ୱାମୀ-ସ୍ତ୍ରୀ
ହିନ୍ଦୋଳ, (ଏଫ୍ଟୁଏସ୍) ୧୬/୦୭ : ଅଢେଇ ଫୁଟିଆ ପାଇଖାନା ଘର ହେଉଛି ଗରିବଙ୍କ ବାସସ୍ଥାନ । ଗରିବଙ୍କ ପାଇଁ ରହିଛି ସରକାରଙ୍କ ମାଳ ମାଳ ଯୋଜନା, ପ୍ରକୃତପକ୍ଷେ ଏ ଯୋଜନା ସବୁ କାହା ସ୍ୱାର୍ଥରେ । ଦେଖିବାକୁ ଗଲେ ସରକାରଙ୍କ ଯୋଜନା ସବୁ କାଗଲ କଲମରେ ପରିପୂର୍ଣ୍ଣ । ହେଲେ ଗରିବ ଲୋକ ପାଇଖାନା ଗୃହକୁ ନିଜର ବାସସ୍ଥାନ କରି ରହିବାର ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ । ଢେଙ୍କାନାଳ ଜିଲ୍ଲାରେ ଆଣ୍ଠେଇଛି ଆବାସ ଯୋଜନା । ଏହାର ସୁଫଳ ପାଇପାରୁନାହାନ୍ତି ହିତାଧିକାରୀ । ଏହାର ଜ୍ୱଳନ୍ତ ଉଦାହରଣ ଦେଖାଯାଇଛି ହିନେ୍ଦାଳ ନିର୍ବାଚନ ମଣ୍ଡଳୀର ହିନେ୍ଦାଳ ବ୍ଲକର ଗିରିଧରପ୍ରସାଦର ଭିଙ୍ଗିରା ଗ୍ରାମରେ । ଖବର ଅନୁସାରେ, ଭିଙ୍ଗିରା ଗ୍ରାମ ଜୁଆଙ୍ଗ ସାହିର ମଙ୍ଗୁଳୁ ପ୍ରଧାନ ଓ ସ୍ତ୍ରୀ କୁମ ପ୍ରଧାନ । ଦିନ ମଜୁରିଆ ଭାବରେ କାମ କରି ନିଜର ଗୁଜୁରାଣ ମେଣ୍ଟାନ୍ତି । ସରକାରଙ୍କ ଆବାସ ଯୋଜନାରେ ଘରଟିଏ ପାଇଁ ବାରମ୍ବାର ପଂଚାୟତ ଅଫିସରୁ ଆରମ୍ଭ କରି ବ୍ଲକ ଅଫିସ ପର୍ଯ୍ୟନ୍ତ ଚକ୍କର ମରିବା ସତ୍ୱେ ସବୁ ବିଫଳ । ଶେଷରେ ଗୁହାରୀ କରି କରି ଥକି ଯାଇଥିବା ସ୍ୱାମୀ-ସ୍ତ୍ରୀ ନିଜ ଝାଟିମାଟି ଘରେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି । ଏବେ ପୁଣି ବର୍ଷା ଦିନ । ତା ସାଙ୍ଗକୁ ହିନେ୍ଦାଳରେ ଜଙ୍ଗଲୀ ହାତୀଙ୍କ ସମେତ ବନ୍ୟଜନ୍ତୁଙ୍କ ଆକ୍ରମଣର ଭୟ । କଣ ବା କରିବେ ଦୁଇ ପ୍ରାଣୀ । ସନ୍ତାନହୀନ ଏହି ଦୁଇ ପ୍ରାଣୀ ଏବେ ପାଳି କରି ଅଢେଇ ଫୁଟର ପାଇଖାନା ଗୃହରେ ଆଶ୍ରୟ ନେଉଛନ୍ତି ।
ଦୁହିଁଙ୍କ ଅଭିଯୋଗ ହେଲା, ପଂଚାୟତ ହେଉ କି ବ୍ଲକ ହେଉ । ସେଠାରେ ଥିବା ଜନପ୍ରତିନିଧି କୌଣସି ଦଳୀୟ ସମର୍ଥକ ନୁହଁନ୍ତି । ତେଣୁ ରାଜନୈତିକ ଆକ୍ରୋଶର ଶିକାର ହୋଇ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି ମଙ୍ଗୁଳୁ ଏବଂ କୁମ । ଭୋଟ ହାତେଇ ସରିଲା ପରେ ନେତାମାନଙ୍କର ଆଉ ଦେଖା ଦର୍ଶନ ନାହିଁ । ଭୋଟ ସମୟରେ ପ୍ରତିଶ୍ରୁତି ଏବେ ପାଣିରେ ଗାର ପାଲଟିଯାଇଛି । ଆଉ ତା ସହିତ ମଙ୍ଗୁଳୁ ଏବଂ କୁମଙ୍କ ଆବାସ ସ୍ୱପ୍ନରେ ମଧ୍ୟ ଯବନିକା ପଡିଯାଇଛି । ସେପଟେ ବର୍ଷା ଦିନ ଲାଗି ମୁଲ ମଜୁରୀ ମିଳୁ ନଥିବାରୁ ମଙ୍ଗୁଳୁ ପ୍ରଧାନ ଆଉ ପୂର୍ବ ଭଳି କାମ ପାଉ ନାହାନ୍ତି । ଯେଉଁଠି ଦୁଇ ଓଳି ଖାଇବା କଷ୍ଟ ସାଧ୍ୟ ସେଠାରେ ଘରର ମରାମତି କରିବାକୁ ସମ୍ବଳ ବା କେଉଁଠୁ ଆସିବ । ଏସବୁ ଭିତରେ ଜୀବନର କଷଣ ସଂଘର୍ଷରୁ ହାର ମାନି ନାହାନ୍ତି ଦୁହେଁ ସ୍ୱାମୀ-ସ୍ତ୍ରୀ । ସ୍ୱଚ୍ଛ ଭାରତ ମିଶନରେ କରିଥିବା ଅଢେଇ ଫୁଟିଆ ପାଇଖାନା ଘରେ ସ୍ୱାମୀ-ସ୍ତ୍ରୀ ପାଳି କରି ଆଶ୍ରୟ ନେଉଛନ୍ତି । ସରକାରଙ୍କ ମାଳ ମାଳ ଯୋଜନା ସିନା ମଙ୍ଗୁଳୁ ଏବଂ କୁମ ପାଇଁ ସାତ ସ୍ୱପ୍ନ । ମାତ୍ର ଜୀବନ ବଂଚିବାର ସ୍ୱପ୍ନ ତାଙ୍କ ପାଇଁ ଏକ ସଂଘର୍ଷ ।
ନୂଆ ସରକାର ଆସିବା ଦିନଠାରୁ ଲୋକଙ୍କ ସହିତ ସିଧାସଳଖ ଜନସମ୍ପର୍କ ସ୍ଥାପନ କରି ସେମାନଙ୍କ ସମସ୍ୟାର ସମାଧାନ କରୁଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ହିନେ୍ଦାଳ ନିର୍ବାଚନ ମଣ୍ଡଳୀ ଏବଂ ଢେଙ୍କାନାଳ ସଂସଦୀୟ କ୍ଷେତ୍ର ଉଭୟ ବିଜେପି ଶାସନାଧୀନ ଥିବାବେଳେ ଜିଲ୍ଲାରେ ତ୍ରିପଲ୍ ଇଞ୍ଜିନ୍ ସରକାର ଗରିବଙ୍କ ପାଇଁ କିଭଳି ପଦକ୍ଷେପ ଗ୍ରହଣ କରୁଛି ତଥା ମଙ୍ଗୁଳୁ ଏବଂ କୁମଙ୍କ ଏହି ଦୁଃଖ କାହାଣୀ ରାଜ୍ୟ ସରକାରଙ୍କ କାନରେ କେବେ ପଡୁଛି ତାହାକୁ ଅପେକ୍ଷା ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା