ଦେଶ ବିଦେଶ

ଟ୍ରମ୍ପଙ୍କ ଉପରକୁ ଗୁଳିମାଡ କରିଥିବା ବ୍ୟକ୍ତି ହେଲା ଥୋମାସ୍ ମାଥ୍ୟୁ କ୍ରୁକ୍ସ…

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରକୁ ଗୁଳିମାଡ କରିଥିବା ବ୍ୟକ୍ତି ଜଣକ ହେଲା ଥୋମାସ୍ ମାଥ୍ୟୁ କ୍ରୁକ୍ସ । ଏ ନେଇ ସୂଚନା ଦେଇଛି ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ । ପେନସିଲଭେନିଆର ବଟଲରରେ ଶନିବାର ନିର୍ବାଚନ ପ୍ରଚାର କରୁଥିବା ବେଳେ ୭୮ ବର୍ଷିୟ ରିପବ୍ଲିକାନ୍ ରାଷ୍ଟ୍ରପତି ପ୍ରାର୍ଥୀ ଟ୍ରମ୍ପଙ୍କ ଉପରକୁ ଗୁଳି ଚଳାଇଥିଲା ୨୦ ବର୍ଷିୟ କ୍ରୁକ୍ସ । ଘଟଣାସ୍ଥଳରେ ସୁରକ୍ଷା କର୍ମୀଙ୍କ ଗୁଳିମାଡରେ ନିହତ ହୋଇଥିଲା କ୍ରୁକ୍ସ ।

ସେପଟେ ଟ୍ରମ୍ପ କହିଛନ୍ତି ଯେ, “ଏକ ଗୁଳି ମୋର ଡାହାଣ କାନର ଉପର ଅଂଶକୁ ବିଦ୍ଧ କରିଥିଲା ।” ଆଇନ ଶୃଙ୍ଖଳା ଅଧିକାରୀମାନେ ପୂର୍ବରୁ ଗଣମାଧ୍ୟମକୁ କହିଥିଲେ ଯେ, ସେମାନେ ସନ୍ଦିଗ୍ଧ ସୁଟରକୁ ଚିହ୍ନଟ କରିଛନ୍ତି, ମାତ୍ର ସର୍ବସାଧାରଣରେ ଅଗବତ କରିନଥିଲେ । ସେମାନେ ଏହା ମଧ୍ୟ କହିଛନ୍ତି ଯେ ସେମାନେ ଏପର୍ଯ୍ୟନ୍ତ ଏହାର ଉଦ୍ଦେଶ୍ୟ ଚିହ୍ନଟ କରିନାହାଁନ୍ତି ।

ଏଫ୍.ବି.ଆଇ କହିଛି ଯେ, ପୂର୍ବତନ ରାଷ୍ଟ୍ରପତିଙ୍କ ଉପରକୁ ହୋଇଥିବା ଏହି ଗୁଳିମାଡକୁ “ହତ୍ୟା ଉଦ୍ୟମ” ଭାବେ ଗ୍ରହଣ କରାଯାଉଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା, ରାଷ୍ଟ୍ରପତି ନିର୍ବାଚନକୁ ଚାରି ମାସ ଥିବାବେଳେ ଏଭଳି ଘଟଣା ଘଟିଛି । ସୂଚନା ଅନୁସାରେ, ନଭେମ୍ବର ୫ ରେ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଟ୍ରମ୍ପ ଏବଂ ଡେମୋକ୍ରେଟିକ୍ ପ୍ରାର୍ଥୀ ଜୋ ବାଇଡେନଙ୍କ ମଧ୍ୟରେ ଲଢେଇ ହେବାକୁ ଯାଉଛି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଦେଶ ବିଦେଶ ବ୍ୟବସାୟ

କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ଏକ ସାମୂହିକ ପ୍ରୟାସ ହେବା ଆବଶ୍ୟକ: ନିର୍ମଳା ସୀତାରମଣ |

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ, କାରଣ ଟେକ୍ନୋଲୋଜି କ୍ରମାଗତଭାବେ ବିକଶିତ ହେଉଛି ଏବଂ ବଦଳୁଛି
ଦେଶ ବିଦେଶ

କର୍ଣ୍ଣାଟକରେ ଓମିକ୍ରନ୍ ଭୟ: ମଲ୍, ସିନେମା ହଲ୍ ପରିଦର୍ଶନ ପାଇଁ ଦୁଇଟି ଡୋଜ୍ ଜରୁରୀ | ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ନୂତନ ନିୟମ |

କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ ମଲ, ପ୍ରେକ୍ଷାଳୟ ଏବଂ ସିନେମା ହଲ ପାଇଁ ବାଧ୍ୟତାମୂଳକ କରିଛନ୍ତି ଯେ କେବଳ ସେହି ପରିଦର୍ଶକଙ୍କୁ କୋଭିଡ -19 ଟିକା ନେଇଛନ୍ତି।