ଓଡିଶା

ନିଷ୍ପତ୍ତି ଉପରେ ସ୍ପଷ୍ଟୀକରଣ ଦିଅନ୍ତୁ ମୋହନ ସରକାରଙ୍କ…

କନ୍ଧମାଳ, (ଏଫ୍ଟୁଏସ୍) ୧୩/୦୭ : ରାଜ୍ୟରେ ମୋହନ ସରକାରଙ୍କ ଜବରଦଖଲ ନିଷ୍ପତ୍ତିକୁ ବୁଝିପାରିନାହାନ୍ତି ଗରିବ ଜନତା । ଫଳରେ ସେମାନଙ୍କ ମନରେ ଏକ ଭ୍ରାନ୍ତ ଧାରଣା ସୃଷ୍ଟି ହେଉଛି । ଏ ନେଇ ରାଜ୍ୟ ସରକାର ଗରିବ ଜନସାଧାରଣଙ୍କୁ ଆଶ୍ୱସ୍ତି କରାନ୍ତୁ ବୋଲି ମନ୍ତବ୍ୟ ରଖିଛନ୍ତି ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦର ରାଜ୍ୟ ଉପସଭାପତି ତଥା ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟର ଅଧ୍ୟକ୍ଷ କୁନା ଦିଗାଲ । ସୂଚନା ଅନୁସାରେ, ମୋହନ ସରକାରରେ ଗୋଟିଏ ମାସ ନ ହେଉଣୁ ଜବରଦଖଲ ଉଚ୍ଛେଦ ପାଇଁ ତା ୬/୭/୨୦୨୪, ଚିଠି ସଂଖ୍ୟା-୨୧୮୫୫, ଅନୁସାରେ ଏକ ଚିଠି କରି ଓଡ଼ିଶାର ସମସ୍ତ ଜିଲ୍ଲାପାଳମାନଙ୍କୁ ଜବରଦଖଲ ଉଚ୍ଛେଦ ନିମନ୍ତେ ନିଦେ୍ର୍ଦଶ ଦେଇଛନ୍ତି । ଏହାକୁ ବୁଝି ନ ପାରି ଅନେକ ଲୋକଙ୍କ ମନରେ ଭ୍ରାନ୍ତ ଧାରଣା ରହୁଥିବା ଦେଖିବାକୁ ମିଳୁଛି ।
ରାଜ୍ୟର ସମସ୍ତ ଜିଲ୍ଲା ତଥା କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରର ଏବଂ ବିଭିନ୍ନ ସହର ମାନଙ୍କରେ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ପାଉଥିବାରୁ ନିରୀହ ଆଦିବାସୀ ହରିଜନ ଏବଂ ବିଭିନ୍ନ ବର୍ଗର ଗରିବ ପରିବାର ସରକାରୀ ଜମି ଉପରେ ଗୋଟିଏ ଗୋଟିଏ ଘର ନିର୍ମାଣ କରି ନିଜ ନିଜର ପରିବାର ସଦସ୍ୟଙ୍କ ସହିତ ରହୁଛନ୍ତି । ରାଜ୍ୟରେ ପୂର୍ବରୁ ଥିବା ନବୀନ ସରକାର ଭୁମିହୀନ ପରିବାରମାନଙ୍କ ପାଇଁ ଜାଗା ମିଶନ, ବସ୍ତି ବାସିନ୍ଦା ଅଧି ନିୟମ ୨୦୧୭, ଅନୁସାରେ ଓଡ଼ିଶାର ସମସ୍ତ ଜିଲ୍ଲା ମାନଙ୍କରେ ଗରିବ ଜନସାଧାରଣଙ୍କୁ ପଟ୍ଟା ବଣ୍ଟନ କରିଛନ୍ତି । ଏହା ସହିତ ବାସଗୃହ, ଏବଂ ବିଭିନ୍ନ ସମସ୍ୟାର ସମାଧାନ କରି ଭୁମିହୀନ ପରିବାର ସଦସ୍ୟଙ୍କୁ ଥଇଥାନ କରିବା ପାଇଁ ବିଭିନ୍ନ ଯୋଜନା କରିଥିଲେ । ମାତ୍ର ନବୀନ ସରକାର ସମୟରେ ଏହି ଯୋଜନାକୁ ନେଇ କିଛି ଦଲାଲ ଅନେକ ଜାଗା ଜମି ଜବରଦଖଲ କରିଥିବା ଅଭିଯୋଗ ଆସିଥିଲା । ଏ ନେଇ ନୂତନ ସରକାର ଜବରଦଖଲ ନିଷ୍ପତି ନେଇଛନ୍ତି । ତେବେ ସରକାରଙ୍କ ନିଷ୍ପତ୍ତି କେବଳ ଜବରଦଖଲକାରୀଙ୍କ ନିମନ୍ତେ ଉଦ୍ଦିଷ୍ଟ । ଏ ନେଇ ମୋହନ ସରକାର ଗରିବ ଜନସାଧାରଣଙ୍କୁ ଆଶ୍ୱସ୍ତି ଦିଅନ୍ତୁ ବୋଲି କହିଛନ୍ତି ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦର ରାଜ୍ୟ ଉପସଭାପତି । ଫଳରେ ସେମାନଙ୍କ ମନରେ ଆଉ ଭ୍ରାନ୍ତ ଧାରଣା ରହିବ ନାହିଁ ଯେ, ସେମାନଙ୍କୁ ଉଚ୍ଛେଦ କରାଯିବ ।
ଫୁଲବାଣୀ ସହରର ବିଭିନ୍ନ ବସ୍ତି ତଥା କେନ୍ଦୁପଦର, ନଦିଖଣ୍ଡିସାହି, ପିଅନପଡ଼ା ଚନ୍ଦନନଗର, ଜିରିଙ୍ଗିପଡା, ତ୍ରିଦେବନଗର, ଅରବିନ୍ଦନଗର, ମେଡିକାଲଛକ ମୁଣ୍ଡିଆସାହି, ଗୋପାଳ ସାହି, ସଗଡ଼ିଆ ସାହି, ଏପରିକି ବିଭିନ୍ନ ବସ୍ତିରେ ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ୱ ଗରିବ ପରିବାର ସରକାରୀ ଜମି ଉପରେ ନିଜ ନିଜର ଭିଟାମାଟି ଭାବେ ଘର ନିର୍ମାଣ କରି ରହି ଆସୁଛନ୍ତି । ସରକାରଙ୍କ ନିଷ୍ପତ୍ତି ପରେ ସେମାନେ ଭ୍ୟବୀତ ହେବା ସହିତ ନିଜର ଭିଟାମାଟି ବିନା କିପରି ବଞ୍ଚିବ ସେଥିପାଇଁ ବିଭିନ୍ନ ସଂଗଠନ ମାଧ୍ୟମରେ ଆଲୋଚନା କରୁଥିବା ଦେଖିବାକୁ ମିଳୁଛି । ଯଦି ନବ ନିର୍ବାଚିତ ମହୋନ ସରକାର ପରିବର୍ତ୍ତନ ନାରା ଦେଇ ଏପରି ଭୁମିହୀନ ପରିବାର ସଦସ୍ୟଙ୍କୁ ହଇରାଣ ହରକତ କରନ୍ତି ତାହାହେଲେ ଏ ସରକାର ପାଞ୍ଚବର୍ଷ ପାଇଁ ତିଷ୍ଠି ରହିବ ନାହିଁ ବୋଲି ଜନସାଧାରଣ ବିଭିନ୍ନ ବୈଠକ ମାନଙ୍କରେ ଆଲୋଚନା କରୁଥିବା ଶୁଣିବାକୁ ମିଳୁଛି । ଏଣୁ କନ୍ଧମାଳ ଜିଲ୍ଲାର ସାଂସଦ, ବିଧାୟକ ଏବଂ ବିଜେପି ସଙ୍ଗଠନ ମୁଖ୍ୟ କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀଙ୍କ ଚିଠି ଉପରେ ଆଲୋଚନା କରି ନିରୀହ ଜନସାଧାରଣଙ୍କୁ ଥଇଥାନ କରିବାର ବ୍ୟବସ୍ଥା କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବା ଦରକାର ବଲି ମନ୍ତବ୍ୟ ରଖିଛନ୍ତି ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟର ଅଧ୍ୟକ୍ଷ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା