ଓଡିଶା

କଟକର ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ…

କଟକର ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ । ପୁରୀଘାଟ ଥାନା ନିକଟ ନର୍ସିଂହୋମରେ ନିଆଁ । ନର୍ସିଂହୋମର ତୃତୀୟ ମହଲାରେ ନିଆଁ ଲାଗିଛି । ବିଦ୍ୟୁତ୍‌ ସର୍ଟସର୍କିଟ୍‌ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଉଦ୍ଧାର ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରୁଛନ୍ତି ଅଗ୍ନିଶମ ବାହିନୀ । କଟକ ପୁରୀଘାଟ ନିକଟ ରାଧାରମଣ ନର୍ସିଂହୋମରେ ନିଆଁ । ନର୍ସିଂହୋମର ତୃତୀୟ ମହଲାରେ ରହିଛି ଆଇସିୟୁ । ୧୦ରୁ ଅଧିକ ଗୁରୁତର ରୋଗୀ  ଆଇସିୟୁରେ ଚିକିତ୍ସିତ ହେଉଥିଲେ । ଏହାଛଡ଼ା ସାଧାରଣ ବେଡ୍‌ରେ ମଧ୍ୟ ବହୁ ରୋଗୀ ଚିକିତ୍ସିତ ହେଉଥିଲେ । ତେବେ ଆଜି ଅପରାହ୍ନରେ ହଠାତ୍‌ ଆଇସିୟୁରେ ବିଦ୍ୟୁତ୍‌ ସର୍ଟସର୍କିଟ୍‌ ଯୋଗୁଁ ନିଆଁ ଲାଗି ଯାଇଥିଲା । ଖବରପାଇ ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଫାୟାର ଲିଫ୍ଟ ମାଧ୍ୟମରେ ଆଇସିୟୁରେ ଭର୍ତ୍ତି ହୋଇଥିବା ଗୁରୁତର ରୋଗୀଙ୍କୁ ମଧ୍ୟ ଉଦ୍ଧାର କରାଯାଉଛି । ଘଟଣାସ୍ଥଳରେ କଟକ ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ ପହଞ୍ଚି ସ୍ୱାସ୍ଥ୍ୟ ବିଭାଗ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।

କିଛି ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ମୁତାବକ, ହସ୍ପିଟାଲରେ ଏସି କାମ ଚାଲିଥିଲା । ସେହି ଏସିରୁ ସର୍ଟସର୍କିଟ ହୋଇ, ଏସି ବ୍ଲାଷ୍ଟ କରିବା ସହ ହସ୍ପିଟାଲରେ ନିଆଁ ଲାଗିଛି । ତେବେ ଅଗ୍ନିକାଣ୍ଡର ଅସଲ କାରଣ କଣ ସେ ନେଇ କୌଣସି ବି ସ୍ପଷ୍ଟ ସୂଚନା ମିଳିପାରିନି । ଉଦ୍ଧାର ହୋଇଥିବା ରୋଗୀଙ୍କୁ ଅନ୍ୟ ଘରୋଇ ମେଡ଼ିକାଲ୍‌ ଓ ଏସସିବିରେ ଭର୍ତ୍ତି କରାଯାଇଛି ।

ଅପରପକ୍ଷେ ଅଗ୍ନିଶମ ଡିଜି ସୁଧାଂଶ ଷଡଙ୍ଗୀ ନିଆଁ ଆୟତ୍ତ ହୋଇଥିବା ନେଇ ସୂଚନା ଦେଇଛନ୍ତି । ଧୂଆଁ ବାହାର କରିବା ପାଇଁ ଉଦ୍ୟମ ଚାଲିଛି । ନର୍ସିଂହୋମର ଆଇସିୟୁର ଗୋଟିଏ ପାର୍ଶ୍ୱରେ ଚିକିତ୍ସିତ ହେଉଥିବା ୧୨ ନବଜାତ ଛୁଆଙ୍କୁ ଉଦ୍ଧାର କରାଯାଇ ସେମାନଙ୍କୁ ଶିଶୁଭବନକୁ ପଠାଯାଇଥିବା ସୂଚନା ମିଳିଛି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା