ଓଡିଶା

ନାଇଜରର ୧୩ତମ ସ୍ନାତକ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗ ଦେଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଜଟଣୀସ୍ଥିତ ନାଇଜରର ୧୩ତମ ସ୍ନାତକ ସମାରୋହରେ ମୁଖ୍ଯ ଅତିଥିଭାବେ ଯୋଗ ଦେଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଓଡିଶାର ରାଜ୍ଯପାଳ ମାନ୍ଯବର ରଘୁବର ଦାସ, ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ପରିବାର କଲ୍ୟାଣ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହଲିଙ୍ଗ ଉପସ୍ଥିତ ଥିଲେ । ନାଇଜର ପରିଚାଳନା କମିଟି ଅଧକ୍ଷ ଡ. ଅଜିତ ମହାନ୍ତିଙ୍କ ପୌରୋହିତ୍ୟରେ ଏହି ସମାରୋହ ଅନୁଷ୍ଠିତ ହୋଇଥିବାବେଳେ ନାଇଜରର ନିର୍ଦ୍ଦେଶକ ଏଚ. ଏନ୍. ଘୋଷ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ସ୍ନାତକ ସମାରୋହରେ ନାଇଜରର କର୍ମକର୍ତ୍ତା, ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଏବଂ ଅଭିଭାବକ ଉପସ୍ଥିତ ଥିଲେ ।

ଚଳିତ ବର୍ଷ ୧୫୬ ଜଣଙ୍କୁ ସ୍ନାତକ, ୨୧ ଜଣଙ୍କୁ ଏମ୍.ଏସ୍.ସି-ପିଏଚ୍.ଡି, ୭୦ ଜଣଙ୍କୁ ପିଏଚ୍.ଡି ଡିଗ୍ରୀ ପ୍ରଦାନ କରାଯାଇଛି । ଏହା ସହିତ ୧୧ ଜଣଙ୍କୁ ବିଭିନ୍ନ ପଦକ ପ୍ରଦାନ କରାଯାଇଛି । ରସାୟନ ବିଭାଗର ଛାତ୍ର ଶ୍ରୀମାନ୍ ପ୍ରଣୟ ମହାନ୍ତିଙ୍କୁ ସ୍ବର୍ଣ୍ଣପଦକ ପ୍ରଦାନ କରାଯାଇଛି ।ବିଦ୍ୟା ହେଉଛି ମାନବତାର ଅମୃତ, ଯାହା ମଣିଷକୁ ସମୃଦ୍ଧ କରାଏ ।ନୂତନ ଗବେଷଣାଦ୍ଵାରା ମାନବତାକୁ ଉଜ୍ଜୀବିତ ରଖିବା ସହ ଅନୁସନ୍ଧାନ ଜାରି ରଖିବା ସହ ସମାଜ ଏବଂ ଦେଶର ବିକାଶ କରିବାକୁ ପ୍ରେରଣା ଦେଇଥିଲେ ମହାମହିମ । ଏହି ଅବସରରେ ରାଷ୍ଟ୍ରପତି ବିଦ୍ୟାର୍ଥୀଙ୍କୁ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବୁଝାଇଥିଲେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା