ଓଡିଶା

ତିନିଦିନ ହେଲା ପାଣି ଯୋଗାଣ ବନ୍ଦ, ପିଇବା ପାଣି ପାଇଁ ହନ୍ତସନ୍ତ ଜନସାଧାରଣ…

ନୂଆପଡା, (ଏଫ୍ଟୁଏସ୍) ୦୮/୦୭ : ନୂଆପଡା ଜିଲ୍ଲା ବୋଡ଼େନ ସଦରମହକୁମାସ୍ଥିତ ଆଶ୍ରମପଡ଼ା ଓ ବସ୍ତିର ଅଧାମୁଣ୍ଡରେ ଗତ ୩ ରୁ ୪ ଦିନ ହେଲା ଜଳ ଯୋଗାଣ ବନ୍ଦ ରହିଥିବାରୁ ତୀବ୍ର ଜନ ଅସନ୍ତୋଷ ଦେଖାଦେଇଛି । ଲୋକେ ପିଇବା ପାଣି ପାଇଁ ବହୁ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ, ଗ୍ରାମପଞ୍ଚାୟତସ୍ତରରୁ ଆଶ୍ରମପଡ଼ାଠାରେ ଥିବା ଗଭୀର କୂପରୁ ମୋଟର ଲଗାଯାଇ ବୋଡ଼େନ ଆଶ୍ରମପଡ଼ା ଓ ବସ୍ତି ଅଧାମୁଣ୍ଡରେ ପାଣି ଯୋଗାଣ କରାଯାଉଥିଲା । ଗତ ୩ -୪ ଦିନ ତଳେ ମୋଟର ପୋଡ଼ି ଯାଇଥିବାରୁ ଜଳ ଯୋଗାଣ ହେଉନଥିବା ଜଣାପଡ଼ିଛି । ଏଭଳି ପରିସ୍ଥିତିରେ ଏଲଏନଟି ପାଇପ ପାଣି ମଧ୍ୟ ମରାମତି କାମ ଚାଲୁ ରହିଥିବା ଜଣାପଡିଛି । ଫଳରେ ସ୍ଥାନୀୟବାସୀ ବାଧ୍ୟ ହୋଇ ନଳକୂପର ଫ୍ଲୋରାଇଡ ପାଣି ପିଇବା ସହ ବିଶୁଦ୍ଧ ପାନୀୟ ଜଳ ପାଇଁ ଡହକ ବିକଳ ହେଉଛନ୍ତି । ଏକବିଂଶ ଶତାବ୍ଦୀରେ ପାଣି ଟିକିଏ ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଏଥିପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଶେଷରେ ଗ୍ରାମବାସୀ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ଜଣାଇଛନ୍ତି । ଅପରପକ୍ଷେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଗଣମାଧ୍ୟମ ପ୍ରତିନିଧି ବିଭାଗୀୟ ଯନ୍ତ୍ରୀଙ୍କୁ ଏ ସଂପର୍କରେ ପଚାରିବାରୁ ଯନ୍ତ୍ରୀ ମହୋଦୟ ସଠିକ୍ ଉତ୍ତର ଦେଇ ନ ପାରି ଫୋନ୍ କାଟି ଦେଇଥିଲେ । ସେପଟେ ପ୍ରଶାସନ ପକ୍ଷରୁ ଯଦି ପାଣି ସମସ୍ୟାକୁ ଗମ୍ଭୀରତାର ସହ ଗ୍ରହଣ ନ କରାଯାଏ ତେବେ ଆଗାମୀ ଦିନରେ ରାସ୍ତାରୋକ କରାଯାଇ ଆନେ୍ଦାଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା