ଓଡିଶା

ହେ ସରକାର ! ଆମେ କୁଆଡେ ଯିବୁ…

ଢେଙ୍କାନାଳ, (ଏଫ୍ଟୁଏସ୍) ୦୬/୦୭ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ କନ୍ତାମିଲା ପଞ୍ଚାୟତ ଅନ୍ତର୍ଗତ ଧୁବୋଣିନନ୍ଦର ଗ୍ରାମର ଯୁଧିଷ୍ଠିର ସାହୁ ନାମକ ବ୍ୟକ୍ତିଙ୍କ ଘରକୁ ଗତ ୨୬ ତାରିଖ ବୁଧବାର ଦିନ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ହିନ୍ଦୋଳ ତହସିଲଦାର ଜେସିପି ଲଗାଇ ଭାଙ୍ଗି ଦେବା ଘଟଣାର ସପ୍ତାହେ ପରେ ବି ବିପନ୍ନ ପରିବାରକୁ ଥଇଥାନ କରିବା ତ ଦୂରର କଥା ତହସିଲଦାର ସରକାରୀସ୍ତରରେ ସମସ୍ତ ସାହାଯ୍ୟ ସହଯୋଗ କରିବାକୁ ଦେଇଥିବା ପ୍ରତିଶ୍ରୁତି ଆସ୍ଫଳନ ପାଲଟିଛି । ଜଙ୍ଗଲ ପରିବେଷ୍ଠିତ ଗାଁ ହୋଇ ଥିବାରୁ ପ୍ରତିଦିନ ଜଙ୍ଗଲି ହାତୀଙ୍କ ଉପଦ୍ରବ ଯୁଧିଷ୍ଠିରଙ୍କ ପରିବାରକୁ ଭୟ ମଧ୍ୟରେ ରହିବାକୁ ପଡ଼ୁଛି । ଭଙ୍ଗା ଘର ଛାତ ପାର୍ଶ୍ୱକୁ ଲାଗି ପାଲ ଟାଣି ବିପଦ ସଙ୍କୁଳ ଅବସ୍ଥାରେ ରହୁଛନ୍ତି ପରିବାର ଲୋକେ । ସର୍ବ ସମ୍ମୁଖରେ ଘଟଣା ଦିନ ତହସିଲଦାର ସରକାରୀ ସ୍ତରରେ ତାଙ୍କ ଦ୍ୱାରା ଯେତିକି ସମ୍ଭବ ସାହାଯ୍ୟ ସହଯୋଗ କରିବାକୁ କଥା ଦେଇ ଭୁଲି ଯାଇଥିବାରୁ ସର୍ବ ସାଧାରଣରେ ଏହାକୁ ନିନ୍ଦା କରା ଯାଇଛି ।
ସୂଚନା ଯୋଗ୍ୟ ଯେ ଗ୍ରାମର ସ୍ୱର୍ଗତ ବେଣୁଧର ସାହୁଙ୍କ ପୁଅ ଯୁଧିଷ୍ଠିର ସାହୁ ସପରିବାର ନିଜ ବାପା ଅଜା ଅମଳରୁ ରହି ଆସୁଥିବା ଆବାସ ଯୋଗ୍ୟ ଅନାବାଦୀ ଜମି ଖାତା ସଂଖ୍ୟା ୧୧୭, ପ୍ଲଟ ସଂଖ୍ୟା ୧୯୨୯/୨୩୩୩ ଉପରେ ୬ ଡିସିମିଲର ଭୂମି ଉପରେ ଘର କରି ରହି ଆସୁଥିଲେ । ଏଥିପାଇଁ ସେ ସରକାରଙ୍କୁ ଖଜଣା ପୈଠ କରି ଆସୁଥିଲେ । ଭୂମିହୀନ ପରିବାର ହେତୁ ତାଙ୍କୁ ସରକାରଙ୍କ ପକ୍ଷରୁ ୮ ଡିସିମିଲର ଏକ ଜମି ଲିଜ ଆକାରରେ ମିଳିଥିଲା । ତେବେ ୨୦୨୨ ମସିହାରେ ଉକ୍ତ ଜମି ଚିହ୍ନଟ ପାଇଁ ମାପ ଚୁପ୍ ହେବାରୁ ଯୁଧିଷ୍ଠିରଙ୍କ ନାମରେ ଜମି ଚିହ୍ନଟ ହୋଇ ପାରିଲା । ମାତ୍ର ତହସିଲ ପକ୍ଷରୁ ତାଙ୍କୁ ଉକ୍ତ ଜାଗା ହସ୍ତାନ୍ତର ହୋଇ ପାରିଲା ନାହିଁ । ଉକ୍ତ ଜାଗାକୁ ଲାଗି ଜନୈକ ବ୍ୟକ୍ତି ନିଜ ଜାଗା ସହିତ ଉକ୍ତ ଜାଗାକୁ ମଡାଇ ଘର ତିଆରି କରି ନେଲେ । ତାଙ୍କ ଠାରୁ ନିଜ ଜାଗା ଫେରି ପାଇବା ପାଇଁ ଯୁଧିଷ୍ଠିର ବାରମ୍ବାର ତହସିଲଦାରଙ୍କୁ ଦରଖାସ୍ତ କରି ନିଷ୍ଫଳ ହେବାରୁ ଶେଷରେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ତ ହୋଇଥିଲେ । ମାମଲାଟି ଅଦ୍ୟା ବଧି ବିଚାର ଧୀନ ରହିଥିବା ବେଳେ ଜବର ଦଖଲକାରୀଙ୍କ ପୃଥକ୍ ମାମଲାର ଶୁଣାଣି କରି ହାଇକୋର୍ଟଙ୍କ ଆଦେଶ ବଳରେ ପ୍ରଶାସନ ପକ୍ଷରୁ ତହସିଲଦାର ଆଗ ପଛ ବିଚାର ନକରି ତରବରିଆ ଭାବେ ନୋଟିସ ଜାରି କରି ଯୁଧିଷ୍ଠିରଙ୍କ ଘରକୁ ଜେସିପି ଲଗାଇ ଭାଙ୍ଗି ରୁଜି ଛାର ଖାର କରିଦେଲେ । ନ୍ୟାୟ ପାଇବା ପାଇଁ ସେ ପୁର୍ନବାର ତହସିଲଦାରଙ୍କୁ ନିବେଦନ କରିଥିବା ବେଳେ ଏଥିରୁ ବଞ୍ଚିତ ହେଲେ ସେ ଜାତୀୟ ମାନବାଧିକାର କମିସନଙ୍କ ଦ୍ୱାରସ୍ଥ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା