ଭିଜିଲାନ୍ସ ଜାଲରେ ବ୍ଲକ କନିଷ୍ଠ ଯନ୍ତ୍ରୀ ନୃସିଂହ ନାଥ ପ୍ରଧାନ…

ଭିଜିଲାନ୍ସ ଜାଲରେ ବ୍ଲକ କନିଷ୍ଠ ଯନ୍ତ୍ରୀ ନୃସିଂହ ନାଥ ପ୍ରଧାନ…
ଭିଜିଲାନ୍ସ ପଞ୍ଝାରେ ଖୋର୍ଦ୍ଧା ବୋଲଗଡ଼ କନିଷ୍ଠ ଯନ୍ତ୍ରୀ ନୃସିଂହ ନାଥ ପ୍ରଧାନ । ୧୯ ହଜାର ୨୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡି ବସିଛି ଭିଜିଲାନ୍ସ ଟିମ୍ । ବୋଲଗଡ଼ର ଖଙ୍ଗୁରିଆ ପଞ୍ଚାୟତରେ ନିର୍ମାଣାଧୀନ କୋଠଘର ବିଲ କରିବା ନିମନ୍ତେ ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ ଲାଞ୍ଚ ମାଗିଥିଲେ ନୃସିଂହ । ଅଭିଯୋଗକାରୀ ଦାମୋଦର ନାୟକଙ୍କ ଅଭିଯୋଗକ୍ରମେ ଭୁବନେଶ୍ୱର ଭିଜିଲାନ୍ସ ଡିଏସପି ମମତା ପ୍ରଧାନ ଓ ନୟାଗଡ ଭିଜିଲାନ୍ସ ଡିଏସପି ପ୍ରତ୍ୟୁଷ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା । ତାଙ୍କର ୪ଟି ଠିକଣାରେ ଚଢ଼ାଉ କରାଯାଇଛି । ଚଢାଉ ବେଳେ କନିଷ୍ଠ ଯନ୍ତ୍ରୀଙ୍କ ସରକାରୀ ବାସଭବନରୁ ୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ସହ ଗାଡି, ମୋବାଇଲ ଜବତ କରିଛି ଭିଜିଲାନ୍ସ । ତେବେ ଅଧିକ ତଦନ୍ତ ପାଇଁ କନିଷ୍ଠ ଯନ୍ତ୍ରୀ ଓ ତାଙ୍କର ସହକର୍ମୀଙ୍କୁ ଭୁବନେଶ୍ୱର ଭିଜିଲାନ୍ସ ବିଭାଗ କାର୍ଯ୍ୟାଳୟକୁ ପଠାଯାଇଥିବା ଜଣାପଡିଛି ।