ଓଡିଶା ଦେଶ ବିଦେଶ

ଲାଗୁ ହେଲା ନୂଆ ଆଇନ, ରୁଜ୍ଜୁ ହେଲା ପ୍ରଥମ ଏଫ୍ଆଇଆର୍…

ବ୍ୟୁରୋ ରିପୋର୍ଟ, ୦୧/୭ : ଆଜିଠୁ ସାରା ଦେଶରେ ଲାଗୁ ହେଲା ନୂଆ ଭାରତୀୟ ନ୍ୟାୟ ସଂହିତା । ଏଣିକି ଦଣ୍ଡ ନୁହେଁ ଜନତାଙ୍କୁ ନ୍ୟାୟ ଦେବା ଉପରେ କାର୍ଯ୍ୟ କରିବ ଦେଶର ନ୍ୟାୟ ବ୍ୟବସ୍ଥା । ଏଥିସହିତ ଉଚ୍ଛେଦ ହୋଇଛି ୧୮୬୦ ମସିହାରୁ ଚାଲିଆସୁଥିବା ବ୍ରିଟିଶ ନିୟମ । ଫଳରେ ପ୍ରାୟ ଦେଢ଼ ଶହ ବର୍ଷ ଧରି ସମଗ୍ର ଦେଶରେ ଲାଗୁ ହୋଇ ଆସୁଥିବା ଇଂରେଜ ଅମଳର ଏହି ପୁଲିସ ଆଇନ ଆଜି ଇତିହାସ ପାଲଟି ଯାଇଛି । ଦେଶରେ ୩ଟି ଆଇନ ଯଥା, ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ ମଧ୍ୟରାତ୍ରୀରୁ ଲାଗୁ କରାଯାଇଛି ।

ନୂଆ ନିୟମ ଅନୁସାରେ ଦେଶରୁ ‘କ୍ରିମିନାଲ୍ ପ୍ରୋସିଜିଓର କୋଡ୍’-CrPC ପରିବର୍ତ୍ତେ ଆସିବ ‘ଭାରତୀୟ ନାଗରିକ ସୁରକ୍ଷା ସଂହିତା’, ଇଣ୍ଡିଆନ୍ ପେନାଲ୍ କୋଡ୍- IPC ପରିବର୍ତ୍ତେ ଆସିବ ‘ଭାରତୀୟ ନ୍ୟାୟ ସଂହିତା’ ଏବଂ ‘ଇଣ୍ଡିଆନ୍ ଏଭିଡେନ୍ସ୍ ଆକ୍ଟ’ ପରିବର୍ତ୍ତେ ଆସିବ ‘ଭାରତୀୟ ସାକ୍ଷ୍ୟ ଅଧିନିୟମ’।

ସେପଟେ ଭାରତୀୟ ନ୍ୟାୟ ସଂହିତାରେ ପ୍ରଥମ FIR ଆଜି ସକାଳେ ଦିଲ୍ଲୀରେ ରୁଜୁ ହୋଇଛି । ଦିଲ୍ଲୀର କମଳା ମାର୍କେଟ ଥାନାରେ ଜଣେ ଭେଣ୍ଡର ବିରୋଧରେ ମାମଲା ହୋଇଛି ।  ଏକ ଫୁଟ୍‌ ଓଭରବ୍ରିଜ ଅବରୋଧ ଅଭିଯୋଗରେ ଏହି ମାମଲା ରୁଜୁ ହୋଇଛି । ପେଟ୍ରୋଲିଂ ବେଳେ ଉଠାଦୋକାନୀଙ୍କ ଦୋକାନ ଯୋଗୁଁ ଫୁଟ୍ ଓଭରବ୍ରିଜ ଅବରୋଧ ହୋଇଥିବା ସବ ଇନ୍ସପେକ୍ଟର ଦେଖିବାକୁ ପାଇଥିଲେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା