ଓଡିଶା

ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଜିଲ୍ଲାସ୍ତରୀୟ ସଚେତନତା ବୈଠକ  

ଗଜପତି, ୨୯/୬ : ଗଜପତି ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଶିଶୁ ଶ୍ରମିକ ଉଚ୍ଛେଦ ଓ କିଶୋର ଶ୍ରମିକମାନଙ୍କ ବିପଦ ସଙ୍କୁଳ କାର୍ଯ୍ୟରେ ନିରାକରଣ ନିମନ୍ତେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ  ଜିଲ୍ଲାପାଳ  ସ୍ମୃତି ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡ଼.ଗୁଣନିଧି ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଗଜପତି, ସୁନୀଲ କୁମାର ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗଜପତି, ଡ଼.ମାୟାଧର ସ୍ୱାଇଁ, ଜିଲ୍ଲା ଶିକ୍ଷା ଅଧିକାରୀ, ଅରୁଣ କୁମାର ତ୍ରିପାଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଅଶ୍ୱିନି କୁମାର ତ୍ରିପାଠୀ, ଜିଲ୍ଲା ମଙ୍ଗଳ କମିଟି ଅଧ୍ୟକ୍ଷ ଏବଂ ବୈଶାଳୀ ପଟ୍ଟନାୟକ, ପ୍ରକଳ୍ପ ସଂଯୋଜକ, ଚାଇଲ୍ଡ ଲାଇନ୍, ଗଜପତି ପ୍ରମୁଖ ଉପସ୍ଥିତ ଥିଲେ । ଶିଶୁ ଶ୍ରମିକ ଉଚ୍ଛେଦ ନେଇ ସମ୍ବିଧାନରେ ଉଲ୍ଲେଖ ଥିବା ମୌଳିକ ଅଧିକାର ସମେତ ବିଭିନ୍ନ ଧାରା ବିଷୟରେ ଆଲୋକପାତ କରିଥିଲେ । ଏହା ସହିତ ସମାଜରେ ଶିଶୁଙ୍କୁ ଶ୍ରମ କ୍ଷେତ୍ରରେ ନିୟୋଜିତ କରିବାର ମାନସିକତା ଦୂର କରିବାର ଆବଶ୍ୟକ‌ତା ରହିଛି ଓ ଏଥି ନିମନ୍ତେ ସମସ୍ତଙ୍କର ସହଭାଗିତା ଜରୁରୀ ବୋଲି ସେ ପ୍ରକାଶ କରିଛନ୍ତି । ଶିକ୍ଷା ପ୍ରତି ସଚେତନତା ସାଙ୍ଗକୁ ଉପଯୁକ୍ତ ଥଇଥାନ ମାଧ୍ୟମରେ ଏହା ଲୋପ ପାଇପାରିବ ଓ ଶିଶୁଟିଏ ନିଜର  ଭବିଷ୍ୟତ ଗଠନ ଦିଗରେ ଆଗେଇ ପାରିବ ବୋଲି ମଧ୍ୟ ସେ ମତପ୍ରକାଶ କରିଛନ୍ତି ।

ଏହି ଅବସରରେ ବିଭାଗୀୟ ଶ୍ରମ ଆୟୁକ୍ତ ଭାରତୀ ବେହେରା ଶିଶୁ ଶ୍ରମିକ ଉଚ୍ଛେଦ ବିଷୟରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ । ୧୪ ବର୍ଷରୁ କମ୍ ବୟସର ଶିଶୁଙ୍କୁ କୌଣସି କାମରେ ନିୟୋଜିତ କରିବା ଦଣ୍ଡନୀୟ ଅପରାଧ ବୋଲି ସେ ସୂଚନା ଦେଇଥିଲେ । ଏଥି ନିମନ୍ତେ ଜିଲ୍ଲା ଶ୍ରମ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ କିମ୍ବା ଜିଲ୍ଲାପାଳଙ୍କୁ ଅବଗତ କରାଇବା ପାଇଁ ସେ ପରାମର୍ଶ ଦେଇଥିଲେ । ଏତଦ୍ ବ୍ୟତୀତ, ନିଶୁଳ୍କ ଶ୍ରମିକ ସହାୟତା ହେଲ୍ପଲାଇନ ନମ୍ବର ୧୫୫୩୬୮ ଏବଂ ଚାଇଲ୍ଡ ଲାଇନ ନମ୍ବର ୧୦୯୮କୁ ଯୋଗାଯୋଗ କରିପାରିବେ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି । ବିଭିନ୍ନ ଅନୁଷ୍ଠାନରୁ ଯୋଗ ଦେଇଥିବା ସଭ୍ୟ ସଭ୍ୟାମାନେ ସେମାନଙ୍କର ଅଭିଜ୍ଞତା ପ୍ରଦାନ କରିବା ସହ ଏହି ପ୍ରସଙ୍ଗ ସହିତ ଜଡ଼ିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସୁକାନ୍ତ କୁମାର ପଣ୍ଡା, ମଙ୍ଗଳ ସଂଯୋଜକ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ସମେତ ଅନ୍ୟମାନଙ୍କ ମଧ୍ୟରେ ଏନଜିଓ ସଂସ୍ଥା, ମିଲର ସଦସ୍ୟ, ଚାମ୍ବର ଅଫ କମର୍ସ, ନିର୍ମାଣ ଶ୍ରମିକ, ଚାଇଲ୍ଡ ଲାଇନ ଓ ଶ୍ରମ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା