ଓଡିଶା

ବକେୟା ପାଉଣା ଅପେକ୍ଷାରେ ଗାଁ ସାଥୀ । ବିଡିଓଙ୍କ ନିକଟରେ ଫେରାଦ ହେଲା ସଂଘ…

କୋଦଳା, ୨୯/୬ : ଦୀର୍ଘ ବର୍ଷର ବକେୟା ପାଉଣା ପାଇନାହାନ୍ତି ଗାଁ ସାଥୀ । ଏବେ ଏକ ବର୍ଷରୁ ଊର୍ଦ୍ଧ୍ବ ହେଲାଣି ପାଉଣା ସମ୍ପର୍କିତ ତଥ୍ୟ ଅନଲାଇନରେ ଏଣ୍ଟ୍ରି କରାଯାଉନାହଁ । ଫଳରେ ଦୀର୍ଘ ଅଢେଇ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ନିଜର ପାଉଣା ପାଇବାରୁ ବଞ୍ଚିତ ହୋଇଛନ୍ତି ଗାଁ ସାଥି । ବେଗୁନିଆପଡ଼ା ବ୍ଳକର ସମସ୍ତ ପଞ୍ଚାୟତ ଅନ୍ତର୍ଗତ ଗାଁ ସାଥୀ ମାନେ ଏଭଳି ଦୁର୍ଦ୍ଦଶା ଦେଇ ଗତି କରୁଛନ୍ତି । ସମସ୍ୟାକୁ ନେଇ ବ୍ଲକ ଏପିଓ, ଜିଆରଏସ୍ ମାନଙ୍କୁ ଅବଗତ କରାଇଲେ ମଧ୍ୟ କୌଣସି ସୁଫଳ ମିଳୁନି । ଏ ନେଇ ବାଧ୍ୟ ହୋଇ ସମସ୍ତ ଗାଁ ସାଥୀମାନେ ବେଗୁନିଆପଡ଼ା ବିଡିଓ ପ୍ରଜ୍ଞା ପ୍ରିୟଦର୍ଶିନୀଙ୍କୁ ଭେଟି ଦାବି ଜଣାଇଛନ୍ତି । ବ୍ଳକର ୧୦୬ ଜଣ ଗାଁ ସାଥୀ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଅଭିଯୋଗ କରିଛନ୍ତି । ତେବେ ଖୁବ୍ ଶୀଘ୍ର ଏକ ବୈଠକ ଡକାଇ ଘଟଣା ସଂପର୍କରେ ଆଲୋଚନା କରାଯିବା ସହ ପଦକ୍ଷେପ ନେବେ ବୋଲି କହିଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀ । ସୂଚନା ଯୋଗ୍ୟ ଯେ, ପ୍ରତି ରାଜସ୍ବ ଗ୍ରାମରେ ମନରେଗା କାର୍ଯ୍ୟର ତଦାରଖ କରିବା ପାଇଁ ଜଣେ ଜଣେ ଗାଁ ସାଥୀ ନିଯୁକ୍ତ ଅଛନ୍ତି । ମନରେଗା କାର୍ଯ୍ୟ ଯେତେଦିନ ଚାଲିଥାଏ ଏମାନଙ୍କୁ ଦୈନିକ ମଜୁରୀ ଦେବାର ବ୍ୟବସ୍ଥା ଅଛି । କିନ୍ତୁ ଦୀର୍ଘ ଅଢ଼େଇ ବର୍ଷର ପାଉଣା ନପାଇ ହଇରାଣ ହରକତ ହେଉଥିବା କହିଛନ୍ତି ଗାଁ ସାଥୀ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା