ଅଞ୍ଚଳବାସୀଙ୍କ ଦୁଃଖର ସାଥି ନୂଆ ବିଧାୟକ…

ଗଜପତି, ୨୯/୬ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅଞ୍ଚଳର ଜନସାଧାରଣ ନବ ନିର୍ବାଚିତ ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ରୁପେଶ ପାଣିଗ୍ରାହୀଙ୍କୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । କୃଷ୍ଣଚନ୍ଦ୍ରପୁର, ଗୁମ୍ମା ଖ୍ରୀଷ୍ଟିଆନ୍ ସାହି, ପାଇକ ସାହି, ଆଶ୍ରୟଗଡ ଇତ୍ୟାଦି ଅଞ୍ଚଳବାସୀ ବିଧାୟକଙ୍କୁ ସ୍ଵାଗତ କରିଛନ୍ତି । ବିଶାଳ ପଟୁଆର, ବିଭିନ୍ନ ସ୍ଲୋଗାନ, ଡିଜେର ତାଳେ ତାଳେ ନୃତ୍ୟ ସହ ବାଣ ଫୁଟାଇ ଅଦିନିଆ ଦୀପାବଳୀର ଭ୍ରମ ସୃଷ୍ଟି କରୁଥିଲା । ସ୍ଥାନେ ସ୍ଥାନେ ପୁଷ୍ପ ଗୁଚ୍ଛ, ପୁଷ୍ପ ମାଲ୍ୟ ଓ ଉପଢ଼ୌକନ ଦେଇ ଅଞ୍ଚଳବାସୀ ବିଧାୟକଙ୍କୁ ସ୍ୱାଗତ ଜଣାଇଥିଲେ । ଅଞ୍ଚଳବାସୀ ବିଧାୟକଙ୍କୁ ପାଖରେ ପାଇ ଅତ୍ୟନ୍ତ ଉତ୍ସାହିତ ତଥା ଭାବ ବିହ୍ୱଳ ହୋଇଥିବା ଦେଖିବାକୁ ମିଳିଛି । ଏପରି ସ୍ୱାଗତ ସମାରୋହ ପାଇଁ ବିଧାୟକ ଅତ୍ୟନ୍ତ ଖୁସି ବ୍ୟକ୍ତ କରିବା ସହ ଏହା ମୋ ପରିବାର ଏବଂ ମୋ ପରିବାର ସାଙ୍ଗରେ ସର୍ବଦା ରହିବି ବୋଲି ମତ ରଖିଛନ୍ତି । ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବିଜୁ ଜନତା ଦଳର କର୍ମୀମାନେ ଯୋଗ ଦେଇଥିଲେ ।