ପୁରୁଣା ଗଲେ, ଏବେ ଆଶା ନୂଆ ସରକାରଙ୍କ ଉପରେ

ବୋଲଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଚଳାବସ୍ଥା: ରୋଗୀ ସେବା ବିପର୍ଯ୍ୟସ୍ତ
ବୋଲଗଡ଼, ୨୮/୦୬ : ଲୋକମାନଙ୍କ ନିକଟରେ ସ୍ୱାସ୍ଥ୍ୟସେବା ସୁବିଧାରେ ଯୋଗାଇ ଦେବା ପାଇଁ କେନ୍ଦ୍ର ରାଷ୍ଟ୍ରୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନଠାରୁ ଆରମ୍ଭ କରି ରାଜ୍ୟ ସରକାର ଭିତ୍ତିଭୂମିର ବିକାଶପାଇଁ କୋଟି କୋଟି ଟଙ୍କା ଅର୍ଥ ଖର୍ଚ୍ଚ କରୁଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ଜନସାଧାରଣ ସରକାରୀ ଡାକ୍ତରଖାନାରୁ ସେବା ପାଇବା କାଠିକର ପାଠ ହୋଇଯାଇଛି । ଭାତହାଣ୍ଡରୁ ଗୋଟିଏ ଭଳି ଏହାର ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ସଦର ମହକୁମାସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ । ଦୀର୍ଘ ଦିନ ଧରି ଡାକ୍ତର ଅଭାବରୁ ରୋଗୀସେବା ଏକ ପ୍ରକାର ଠପ୍ ହୋଇଯାଇଛି । ବୋଲଗଡ ବ୍ଳକର ସଦର ମହକୁମାରେ ଥିବା ୩୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାରେ ୪ଜଣ ସ୍ପେଶାଲିଷ୍ଟ, ଜଣେ ମେଡିକାଲ ଅଫିସର ଓ ଜଣେ ସର୍ଜନ ଭଳି ୬ ଡାକ୍ତରୀ ପଦବୀ ରହିଛି । କିନ୍ତୁ ୧୦ବର୍ଷ ଧରି ଏଠାରେ କୌଣସି ସ୍ପେଶାଲିଷ୍ଟ ଦେଖିବାକୁ ମିଳୁନାହିଁ । ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ କଡ଼ରେ ବୋଲଗଡ ଡାକ୍ତରଖାନା ଅବସ୍ଥିତ । ପ୍ରତିଦିନ ଛୋଟବଡ ବହୁ ଦୁର୍ଘଟଣାଗ୍ରସ୍ଥ ରୋଗୀମାନେ ଏଠାରେ ପ୍ରାଥମିକ ଚିକିତ୍ସା ହୋଇ ଅଧିକ ଚିକିତ୍ସାପାଇଁ ଭୁବନେଶ୍ୱରର ବିଭିନ୍ନ ଡାକ୍ତରଖାନାକୁ ରେଫର କରାଯାଇଥାଏ । ଏହା ସହ ପଶ୍ଚିମ ବୋଲଗଡ଼ ଅଞ୍ଚଳର ୭ଟି ପଞ୍ଚାୟତ ଓ ପଡୋଶୀ ଭାପୁର ବ୍ଲକ ଓ ରଣପୁର ବ୍ଲକର ଅନେକ ଗ୍ରାମର ଜନସାଧାରଣ ଏହା ଉପରେ ନିର୍ଭର କରନ୍ତି । ଦୀର୍ଘଦିନ ଧରି ସ୍ପେଶାଲିଷ୍ଟଙ୍କ ବଦଳରେ ଏଠାକୁ ପାଳି କରି ନବ ନିଯୁକ୍ତ ଏମବିବିଏସ୍ ଡିଗ୍ରୀଧାରୀ ଡାକ୍ତରଙ୍କୁ ସାମୟିକ ଭାବେ ଅନ୍ୟ ଡାକ୍ତରଖାନାରୁ ଖୋର୍ଦ୍ଧା ଜିଲ୍ଲା ସିଡିଏମଓ ପଠାଉଛନ୍ତି । ଫଳରେ କିଛିଦିନ କାର୍ଯ୍ୟକରୀ ଡାକ୍ତରମାନେ ଉଚ୍ଚଶିକ୍ଷା ନାମରେ ଛୁଟିରେ ରହୁଛନ୍ତି ।

ପୂର୍ବରୁ ଡାକ୍ତର ଅଭାବ ଯୋଗୁଁ ଏଠିକାର ଚିକିତ୍ସାରେ ଥିବା ଅବ୍ୟବସ୍ଥା ପାଇଁ ରୋଗୀମାନେ ମୃତ୍ୟୁ ମୁଖରେ ପଡିବାରୁ ଆନେ୍ଦାଳନ ହୋଇଥିଲା । ଏପରିକି ବୋଲଗଡ଼ ବଣିକ ସଂଘ ଡାକରାରେ ହୋଇଥିବା ଆନେ୍ଦାଳନରେ ସାମିଲ ଥିବା ବଣିକମାନଙ୍କ ନାମରେ ମକଦ୍ଦମା ରୁଜୁ କରାଯାଇ ଦୀର୍ଘବର୍ଷ ହେବ କୋର୍ଟକୁ ଦୈାଡି ଦୈାଡି ନୟାନ୍ତ ହେବାକୁ ପଡିଥିଲା । ଗ୍ରୀଷ୍ମ ପ୍ରବାହ ସମୟରେ ରୋଗୀମାନଙ୍କ ପାଇଁ ବ୍ୟବସ୍ଥିତ ହୋଇଥିବା ଅଂଶୁଘାତ ଚିକିତ୍ସା କକ୍ଷଟି ତାଲାପଡିଥିବା ହେତୁ ଆସୁଥିବା ରୋଗୀମାନେ ବାରଣ୍ଡାରେ ଚିକିତ୍ସା ହେଉଥିବାର ନଜିର ରହିଛି । ସର୍ବଦା ଶୀତତାପ ନିୟନ୍ତ୍ରିତ ଏହି କୋଠରୀରେ ସିକ୍ୟୁରିଟି ଗାର୍ଡ ଓ ଷ୍ଟାପ୍ମାନେ ବିଶ୍ରାମ କରୁଥିବା ଦେଖିବାକୁ ମିଳୁଛି । ଏପରିକି ମହିଳା ରୋଗୀମାନଙ୍କ ପାଇଁ ଉଦ୍ଦିଷ୍ଟ ପରିଶ୍ରାଗାରକୁ ସର୍ବଦା ତାଲା ପକାଇ ରଖି ମହିଳାମାନଙ୍କୁ ପୁରୁଷ ପରିଶ୍ରାଗାର ବ୍ୟବହାର କରିବାକୁ ବାଧ୍ୟ କରାଯାଉଛି । ଡାକ୍ତରଙ୍କ ପରାମର୍ଶରେ ଯଦି ରୋଗୀଙ୍କୁ ରକ୍ତ କିମ୍ବା ଅନ୍ୟ କୈାଣସି ପରୀକ୍ଷା କରାଯିବା ପାଇଁ ପରାମର୍ଶ ଦିଆଯାଏ ତେବେ ରୋଗୀ ଜଣଙ୍କ ଚିକôିସାଳୟ ବାହାର ଘରୋଇ ଲାବ୍ରୋଟୋରୀରେ ପରୀକ୍ଷା କରିବାକୁ ବାଧ୍ୟ ହେଉଛନ୍ତି । ଏହାବାଦ୍ ଅସ୍ଥିଶଲ୍ୟ ରୋଗୀମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ୍ସରେ ମେସିନଟି ଥିଲାବେଳେ ଚିକିତ୍ସାଳୟ ବାହାରେ ରୋଗୀମାନଙ୍କୁ ଚଢ଼ା ଦରରେ ଏକ୍ସରେ କରିବାକୁ ବାଧ୍ୟ ହେଉଥିବା ଏକ ପ୍ରକାର କର୍ମଚାରୀଙ୍କ ଆଭିମୁଖ୍ୟ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
କୈାଣସି ଛାତ୍ରଛାତ୍ରୀ ମେଡିକାଲ ଫିଟନେସ୍ ସାର୍ଟିଫିକେଟ ପାଇଁ ଡାକ୍ତରଙ୍କ ନିକଟକୁ ଗଲେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଖୋର୍ଦ୍ଧାରେ ଫିଟନେସ୍ ପ୍ରମାଣପତ୍ର ଆଣିବାକୁ ପରାମର୍ଶ ଦେଉଥିବା ବେଳେ କୈାଣସି କର୍ମଚାରୀଙ୍କ ନିଜ ଲୋକ ହୋଇଥିଲେ ତୁରନ୍ତ ଫିଟନେସ୍ ସାର୍ଟିଫିକେଟ ଦେଉଥିବା ଅଭିଯୋଗ ହେଉଛି । ଚିକିତ୍ସାଳୟର କର୍ମଚାରୀମାନେ ବିନା ପରିଚୟ ପତ୍ର (ଆଇଡାର୍କ)ରେ ପରିସରରେ ଟହଲ ମାରୁଥିବାବେଳେ କେଉଁ ସମୟରେ କାହାର ଡ୍ୟୁଟି ରହୁଛି, କିଏ କେଉଁ ସିଫ୍ଟରେ କାର୍ଯ୍ୟ କରୁଛନ୍ତି ତାହା ସାଧାରଣ ଜନତାଙ୍କ ପାଇଁ ଅଦୃଶ୍ୟ ହୋଇଯାଇଛି । ଏ ଅଞ୍ଚଳର ରୋଗୀମାନେ ଚିକିତ୍ସା ପାଇଁ ବାଧ୍ୟହୋଇ ୨୦କି.ମି. ଦୂର ନୟାଗଡ଼ ଜିଲ୍ଲା ଚିକିତ୍ସାଳୟ କିମ୍ବା ୪୦ କି.ମି. ଦୂର ଖୋର୍ଦ୍ଧା ଜିଲ୍ଲା ଚିକିତ୍ସାଳୟକୁ ଯିବାକୁ ବାଧ୍ୟହୋଇ ଯାଉଛନ୍ତି ।
ସବୁଠାରୁ ଦୁଃଖର ବିଷୟ ପୂର୍ବତନ ରାଜ୍ୟ ସରକାର ମନଇଚ୍ଛା ଠିକାଦାର ଓ ଯନ୍ତ୍ରୀଙ୍କୁ ପୋଷିବା ପାଇଁ ଉନ୍ନତିକରଣ ନାମରେ ନିର୍ବାଚନ ପୂର୍ବରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚିକିତ୍ସାଳୟରେ କେବଳ ରଙ୍ଗମାରି ସୈାନ୍ଦର୍ଯ୍ୟକରଣ କରାଇଛନ୍ତି । ଏହି ନବକଳେବର ସ୍ୱାସ୍ଥ୍ୟକେନ୍ଦ୍ରର ଉଦଘାଟନକୁ ୩ମାସ ନପୁରୁଣୁ ମୁଖ୍ୟ ଫାଟକର ନାମଫଳକଟିର ଅଧା ଅକ୍ଷର ଗଳିପଡିଥିବା ବେଳେ ସମ୍ପୁର୍ଣ୍ଣ ଚିକିତ୍ସାଳୟର ହେଉଥିବା କନଷ୍ଟ୍ରକସନର ମାନ ଏବଂ ପୂର୍ତ୍ତ ବିଭାଗର ଜେଇଙ୍କ ଭୂମିକା ସନେ୍ଦହ ଘେରରେ ରହିଛି । ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ତୁରନ୍ତ ନୂତନ ବିଜେପି ସରକାର ପଦକ୍ଷେପ ନେଇ ବିଶେଷଜ୍ଞ ଡାକ୍ତର ନିଯୁକ୍ତ କରିବା ସହିତ ନିମ୍ନମାନର କାର୍ଯ୍ୟ ହୋଇଥିବାରୁ ଭିଜିଲାନ୍ସ ତଦନ୍ତ କରି ଆଖିଦୃଷ୍ଟିଆ ପଦକ୍ଷେପ ନେବାପାଇଁ ଜନସାଧାରଣ ଦାବୀ କରିଛନ୍ତି । ଏହା ସହିତ ସ୍ୱାସ୍ଥ୍ୟମନ୍ତ୍ରୀ ଏହି ଚିକିତ୍ସାଳୟ ଗ୍ରସ୍ତରେ ଆସି ଲୋକଙ୍କ ସମସ୍ୟା ବୁଝିବା ପାଇଁ ଅନୁରୋଧ କରିଛନ୍ତି ।