ଓଡିଶା

ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୁଣ୍ୟ ତିଥିରେ ଉତ୍ସବ ମୁଖର ନେମାଳ ପଦ୍ମବନ ପୀଠ…

ସାଲେପୁର, ୨୪/୦୬ : କଟକ ଜିଲ୍ଲା ନେମାଳ ସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମହାପ୍ରୟାଣ ଦିବସ ଅବସରରେ ପଞ୍ଚସଖା ଯୁଗର ଏହି ମହାନସାଧକ, ଦିବ୍ୟ ଦ୍ରଷ୍ଟା, ମାଳିକାକାରଙ୍କ ପବିତ୍ର ଗାଦି ପରିସରରେ ଯାତ୍ରା ଓ ମେଳା ତିନିଦିନ ବ୍ୟାପୀ ଅନୁଷ୍ଠିତ ହେଉଛି । ଲୋକ କଥା ରହିଛି, ଏହି ଦିନରେ ମହାପ୍ରଭୁ ଜଗନ୍ନାଥ ନେମାଳବଟକୁ ଆସିଥାନ୍ତି । ସେଥିପାଇଁ କୁହାଯାଇଛି ‘ଯେଉଁ ଜଗନ୍ନାଥ ମୂରତି ନୀଳା ଞ୍ଚଳ ରେ ସ୍ଥିତ,ସେହି ଜଗନ୍ନାଥ ମୂରତି ପଦ୍ମ ବନେ ଉଦିତ’ । ପୁଣ୍ୟତିଥି ଅବସରରେ ମହାପୁରୁଷଙ୍କ ରଚିତ ମାଳିକା, ବିଭିନ୍ନ ଗ୍ରନ୍ଥ ପଠନ ସହ ଭଜନ, ସଂକୀର୍ତନ ଆଦି ଅନୁଷ୍ଠିତ ହେବାସହ ଚଳିତବର୍ଷ ଏହି ଯାତ୍ରା ବେଶ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହେଉଅଛି । ସକାଳୁ ସକାଳୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଚିତ୍ରୋତ୍ପଳା ନଦୀ ପଠାରେ ବାଲିଯାତ୍ରା ଉତ୍ସବ ଅନୁଷ୍ଠିତ ହେଉଛି । ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ରହିଛନ୍ତି । ସାଲେପୁର , ନେମାଳ, ନିଶ୍ଚିନ୍ତକୋଇଲ ଥାନା ପୋଲିସ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ପରିସ୍ଥିତିନିୟନ୍ତ୍ରଣ କରୁଥିଲେ ହେଁ କେତେକ ଅବ୍ୟବସ୍ଥା ଯୋଗୁ ଅସନ୍ତୋଷ ପ୍ରକାଶ ପାଇଛି । ସଂଧ୍ୟା ସମୟରେ ଅଧିକ ଜନଗହଳି ହୋଇ ଥାଏ ।ଚିତ୍ରୋତ୍ପଳା ନଦୀପଠାରେ ବାଲିଯାତ୍ରା ଅନୁଷ୍ଠିତ ହେବା ସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭଜନ, ସଂକୀର୍ତନ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥାଏ ।ଏହା ସତ୍ୱେ ବିଦ୍ୟୁତ ଓ ପାନୀୟଜଳ ଯୋଗାଣ କ୍ଷେତ୍ରରେ ବ୍ୟାପକ ଅବ୍ୟବସ୍ଥା ଘଟିଥିବା ଶ୍ରଦ୍ଧାଳୁ ମାନେ ଅଭିଯୋଗ କରିଛନ୍ତି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା