ଓଡିଶା ବ୍ୟବସାୟ

ଭୁବନେଶ୍ୱରରେ ଉପଲବ୍ଧ ହଲିଉଡ ଫେସିଆଲ, ଖୋଲିଲା ରେନବୋ ସେଲୁନ…

ମଗଣା ଅଫର୍ ଦେଉଛି ରେନବୋ…
ଭୁବନେଶ୍ୱର, ୨୪/୦୬ : କମ୍ ଖର୍ଚ୍ଚରେ ଅନ୍ତର୍ଜାତୀୟସ୍ତରର ରୂପଚର୍ଯ୍ୟା । ଦିଲ୍ଲୀ, ମୁମ୍ୱାଇ ଭଳି ସହରରେ ମିଳୁଥିବା ରୂପଚର୍ଯ୍ୟା ଏବେ ଭୁବନେଶ୍ୱରରେ ଉପଲବ୍ଧ । ଉତ୍ତମ ଗୁଣବତ୍ତା ସହ ଅତ୍ୟାଧୁନିକ ଇକ୍ୱିପମେଣ୍ଟ ସାହାଯ୍ୟରେ ଯୁବକ ଯୁବତୀମାନଙ୍କୁ ମିଳିବ ହଲିଉଡ ଫେସିଆଲ । ସମସ୍ତ ରୂପଚର୍ଯ୍ୟା ଗୋଟିଏ ଛାତ ତଳେ ଉପଲବ୍ଧ ହେବ । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ବାପୁଜୀ ନଗରସ୍ଥିତ ଶିଶୁ ଭବନଠାରେ ଖୋଲିଛି ରେନବୋ ଲଗଜୁରୀ ୟୁନିସେକ୍ସ ସେଲୁନ । ଏହି ଅତ୍ୟାଧୁନିକ ଉନ୍ନତ ଗୁଣବତ୍ତାର ସେଲୁନକୁ ଭୁବନେଶ୍ୱର ମେୟର ସୁଲୋଚନ ଦାସ, ରାଜ୍ୟସଭା ସାଂସଦ ସୁଲତା ଦେଓ ଉଦଘାଟନ କରିଥିଲେ । ରେନବୋ ୟୁନିସେକ୍ସ ସେଲୁନ ପ୍ରୋପାଇଟର ତଥା ଚେୟାରମ୍ୟାନ ଅଶୋକ ଚମ୍ପତି ସେଲୁନରେ ମିଳୁଥିବା ସୁବିଧା ଓ ସେବା ସମ୍ପର୍କରେ ସୂଚନା ଦେଇଛନ୍ତି । ଉପଦେଷ୍ଟା ଭାବେ ସମାଜସେବୀ ଓ ଟ୍ରାନ୍ସଜେଣ୍ଡର ରାଇଟ ଆକ୍ଟିଭିଟିଜ ମୀରା ପରିଡା ସହଯୋଗ କରିଥିଲେ । ମୀରା ପରିଡା ଓ ଅଶୋକ ଚମ୍ପତିଙ୍କ ପ୍ରଚେଷ୍ଟାରେ ଏପରି ଏକ ଅତ୍ୟାଧୁନିକ ସେଲୁନ ଭୁବନେଶ୍ୱରରେ ଖୋଲିଛି । ଏଭଳି ଏକ ଅତ୍ୟାଧୁନିକ ଓ ନୂତନ ଟେକ୍ନୋଲୋଜିର ସେଲୁନ ଖୋଲିବାରେ କିନ୍ନରମାନଙ୍କ ମଧ୍ୟ ସହଯୋଗ ରହିଛି । ଏହି ଉଦଘାଟନ ଉତ୍ସବରେ ଯାତ୍ରା ଜଗତର ଜଣାଶୁଣା ଚେହେରା ରାଣୀ ପଣ୍ଡା, ମାନ୍ୟଗଣ୍ୟ ବ୍ୟକ୍ତି, ୟୁଟୁବ୍ ଇନଫ୍ଲୁଏନସର, ଓଡିଆ ସିନେ କଳାକାର ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ସେଲୁନରେ ଗ୍ରାହକ ହେୟାର ଷ୍ଟ୍ରେଟନିଙ୍ଗ /କେରାଟିନ ଟ୍ରିଟମେଣ୍ଟ, ହେୟାର ବୋଟକ୍ସ ଟ୍ରିଟମେଣ୍ଟ, ମିଣ୍ଟ ହେୟାର ସ୍ପା, ମେଲ ହେୟାର କଟ, ବିଅର୍ଡÿ ଷ୍ଟାଇଲିଙ୍ଗ, ହେୟାର ସ୍ପା, ଫେସ ଡିଟାନ, ମେଲ ହେୟାର ଷ୍ଟ୍ରେଟନିଙ୍ଗ /କେରାଟିନ ଟ୍ରିଟମେଣ୍ଟ, ଫିମେଲ ଗ୍ଲୋବାଲ କଲର ହାଇଲାଇଟ ଭଳି ସୁବିଧା ମିଳିବ । ବିଶେଷ କରି ଲେଜର ହେୟାର ରିମୁଭାଲ, ଟାଟୁ ରିମୁଭାଲ, ମାଇକ୍ରୋବ୍ଲାଡିଙ୍ଗ୍, ଆଡଭାନ୍ସ ହାଇଡ୍ରା ଫେସିଆଲ, ଲିପ କଲରିଂ, ହେୟାର ଓ ଆଇଲାସ୍ ଏକ୍ସଟେନସନ୍ ଆଦି ସେବା ମିଳିବ । ଏବେ ସମସ୍ତ ରୂପଚର୍ଯ୍ୟା ବର୍ଗରେ ମିଳୁଛି ୨୦ ପ୍ରତିଶତ ରିହାତି କିମ୍ବା ୫୦୦ ଟଙ୍କା ରିହାତି । ସେହିପରି ପେଡିକ୍ୟୁରରେ ମାନକ୍ୟୁଅର ମାଗଣାରେ ମିଳୁଛି ବୋଲି ରେନବୋ ୟୁନିସେକ୍ସ ସେଲୁନ ପ୍ରୋପାଇଟର ତଥା ଚେୟାରମ୍ୟାନ ଅଶୋକ ଚମ୍ପତି କହିଛନ୍ତି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା