ଓଡିଶା

ବେଗୁନିଆପଡା ମା ନାରାୟଣୀ ମନ୍ଦିର ପରିସରରେ ଗାଁ ସାଥି ସଂଘର ବୈଠକ…

ଗଞ୍ଜାମ, ୨୪/୦୬ : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ଗାଁ ସାଥି ସଂଘର ସଭାପତି ରବୀନ୍ଦ୍ର ନାଥ ଗୌଡ଼ଙ୍କ ତତ୍ୱାବଧାନରେ ବେଗୁନିଆପଡା ସ୍ଥିତ ମା ନାରାୟଣୀ ମନ୍ଦିର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଂଘର ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରାଯାଇଥିଲା । କେତେକ ଗାଁ ସାଥି ଅଭିଯୋଗ କରିଥିଲେ କି ଦୀର୍ଘ ଦିନ ହେଲା କାମ କରିଥିଲେ ମଧ୍ୟ ସେମାନଙ୍କ ପାରିଶ୍ରମିକ ମିଳିନାହିଁ । ଏ ନେଇ ଆସନ୍ତା ଶୁକ୍ରବାର ଦିନ ବେଗୁନିଆପଡା ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀଙ୍କୁ ଭେଟି ଏ ବିଷୟରେ ଆଲୋଚନା କରିବା ପାଇଁ ନିଷ୍ପତି ହୋଇଥିଲା । ଆଗାମୀ ଦିନରେ ସଂଘକୁ ମଜଭୂତ କରିବା ସହ କୌଣସି ଅସୁବିଧା ହେଲେ ଆଲୋଚନା କରି ସମାଧାନ କରିବା ପାଇଁ ଚେଷ୍ଟା କରିବାକୁ ସମ୍ପାଦକ ଚରଣ ନାୟକ କହିଥିଲେ । ଏଥିରେ ସମସ୍ତ ଗାଁ ସାଥି ମାନେ ଉପସ୍ଥିତ ଥିଲେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା