ଓଡିଶା

ପାରଳାଖେମୁଣ୍ଡି ବିଜେପି କାର୍ଯ୍ୟାଳୟରେ ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ…

ଗଜପତି, ୨୪/୦୬ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଭାରତୀୟ ଜନତା ପାର୍ଟିର କାର୍ଯ୍ୟାଳୟରେ ଜନସଂଘର ପ୍ରତିଷ୍ଠାତା ମହାନ ଜନ ନାୟକ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ତିରୋଧାନ ଦିବସକୁ ବଳିଦାନ ଦିବସ ଭାବେ ସମଗ୍ର ଦେଶରେ ପାଳିତ ହୋଇଯାଇଛି । ଏହାର ଅନୁରୂପ ପ୍ରତିଫଳନ ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଜିଲ୍ଲା ସଭାପତି କେ ନାରାୟଣ ରାଓଙ୍କ ନିର୍ଦେଶନାରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଯୋଗଦେଇ ସ୍ୱର୍ଗତଃ ମୁଖାର୍ଜୀଙ୍କ ଫୋଟଚିତ୍ରରେ ପୁଷ୍ପାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ଅଖଣ୍ଡଭାରତ ନିର୍ମାଣରେ ମହାନ ଜନନାୟକଙ୍କ ଉତ୍ସର୍ଗୀକୃତ ଜୀବନ ଓ ବଳିଦାନ ସମ୍ପର୍କରେ ସମସ୍ତେ ସ୍ମୃତିଚାରଣ କରିଥିଲ । ସ୍ୱର୍ଗତ ମୁଖାର୍ଜୀଙ୍କ ଦ୍ୱାରା ପ୍ରତିଷ୍ଠିତ ଜନସଂଘ ପାର୍ଟିର ନୀତି ଆଦର୍ଶକୁ ପାଥେୟ କରି ସାମ୍ପ୍ରତିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଜେପି ସରକାର ଦେଶବାସୀଙ୍କୁ ସୁଶାସନ ଦେଇ ଚାଲିଛନ୍ତି ବୋଲି ବକ୍ତାମାନେ କହିଥିଲେ । ମାନବତାର ଉପାସକ, ବିଶିଷ୍ଟ ଶିକ୍ଷାବିତ ଓ ଭାରତୀୟ ଜନସଂଘର ସଂସ୍ଥାପକ ସ୍ୱର୍ଗତଃ ମୁଖାର୍ଜୀଙ୍କର ‘ଏକ ଦେଶ ମେଁ ଦୋ ନିସାନ ଦୋ ବିଧାନ ଦୋ ପ୍ରଧାନ ନହିଁ ଚଲେଗା’ ସ୍ଲୋଗାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ବାସ୍ତବତାରେ ପରିଣତ କରିପାରିଛନ୍ତି । ଏହି ‘ବଳିଦାନ ଦିବସ’ ପାଳନ ଅବସରରେ ଦେଶ ପ୍ରତି ଥିବା ନିଜର ଦାୟିତ୍ୱବୋଧତାକୁ ସୁଚାରୁ ରୂପେ ତୁଲାଇବାକୁ ଦଳୀୟ କାର୍ଯ୍ୟକର୍ତାଙ୍କୁ ନେତାମାନେ ଆହ୍ୱାନ ଦେଇଥିଲେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା