ହିନ୍ଦୋଳରେ ଢେଙ୍କାନାଳ ସାଂସଦ ରୁଦ୍ରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା…

ଢେଙ୍କାନାଳ, ୨୨/୦୬ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନଏସି ଅନ୍ତର୍ଗତ ଡାକବଙ୍ଗଳା ପରିସରରେ ଢେଙ୍କାନାଳ ଲୋକସଭା ସାଂସଦ ରୁଦ୍ରନାରାୟଣ ପାଣିଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ନଗର ମଣ୍ଡଳ ସଭାପତି ସନ୍ତୋଷ ବେହେରାଙ୍କ ପୌରହିତ୍ୟ ଏବଂ ପ୍ରଚାର କମିଟି ଅଧକ୍ଷ ଅଜୟ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋବିନ୍ଦ ବେହେରା, ସୋଭାଗିନି ପ୍ରଧାନ, ସ୍ୱର୍ଣ୍ଣଲତା ମହାପାତ୍ର ଓ ଉର୍ମିଳା ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମୟରେ ସର୍ବପ୍ରଥମେ କାଉନସିଲର ଦୀପକ ରଂଜନ ବିଶ୍ୱାଳ, ଶରତ ଭୁତିଆ, ତୃପ୍ତି ବେହେରା, ପ୍ରତିମା ନାଏକ ପ୍ରମୁଖ ପୁଷ୍ପଗୁଛ ଦେଇ ସାଂସଦଙ୍କୁ ଫାଟକ ନିକଟରୁ ସଭାମଞ୍ଚ ନିକଟକୁ ପାଛୋଟି ଆଣିବା ପରେ ବରିଷ୍ଠ କାର୍ଯ୍ୟକର୍ତ୍ତା ତରୁଣ ସାମଲ, ରମେଶ ମିଶ୍ର, ମନୋରଂଜନ ନାଏକ, ପରମାନନ୍ଦ ସାହୁ, ଶେଷଦେବ ସାହୁ, ସୁଭ୍ରାଶୁଂ ସାମନ୍ତ, ଅବନୀ ବେହେରା, ଗୋଲାବ ମହମଦ, ରମେଶ ବେହେରା, ଅନାଦି ବେହେରା, ଅମୁଲ୍ୟ ପ୍ରଧାନ, ପ୍ରମୋଦ ଶଙ୍କର ବେହେରା, ଜୁଲୁ ପାଳ, ଆଲୋକ ପାଳ ପ୍ରମୁଖଙ୍କ ନେତୃତ୍ୱରେ ଏନଏସିର ବହୁ କାର୍ଯ୍ୟକର୍ତ୍ତା ସାଂସଦଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ । ପରେ ହିନେ୍ଦାଳ ବ୍ଲକ ଅନ୍ତର୍ଗତ ହାତୁରା ମଣ୍ଡଳ ସଭାପତି ମନୋଜ ପଟନାୟକ, ବାବନ୍ଧ ମଣ୍ଡଳ ସଭାପତି ଅଶୋକ ରାଉତ, ପାରିକୂଳ ମଣ୍ଡଳ ସଭାପତି ଜୀବନ ମିଶ୍ର ଏବଂ ରାସୋଳ ମଣ୍ଡଳ ସଭାପତି ମନୋରଂଜନ ନାଥ, ତପନ ମହାପାତ୍ର ଓ ସୁଲେଖ ସାହୁ ପ୍ରମୁଖ ଉପଢୌକନ ଓ ପୁଷ୍ପଗୁଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ଅବସରରେ ସାମ୍ବାଦିକ ଦୁଷ୍ମନ୍ତ ମିଶ୍ର, ସୁଶାନ୍ତ ସାମଲ, ସୁମନ୍ତ ଦେହୁରୀ, ଶତୃଘ୍ନ ନନ୍ଦ, ସରୋଜ ଭୁତିଆ, ବିନୟ ବେହେରାଙ୍କ ସମେତ ବହୁ ସାମ୍ବାଦିକ ଏବଂ ଇଶ୍ୱରୀୟ ପ୍ରଜାପତି ବ୍ରହ୍ମାକୁମାରୀ ସଂଗଠନ ପକ୍ଷରୁ ମଧ୍ୟ ସାସଂଦ ମହୋଦୟଙ୍କୁ ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଆଗାମୀ ଦୀନରେ ଲୋକମାନଙ୍କର ମୌଳିକ ସମସ୍ୟାକୁ ଦୂର କରିବା ସହ ପ୍ରଗତି ନିମନ୍ତେ ମନ୍ତ୍ରକୁ ଆଧାର କରି ହିନ୍ଦୋଳରେ ବିକାଶର ରଥକୁ ସମସ୍ତଙ୍କ ସହଯୋଗରେ ଆଗେଇ ନେଇ ଆମ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଘରେ ଘରେ ପହଞ୍ଚାଇବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି ଉପସ୍ଥିତ ଦଳୀୟ କାର୍ଯ୍ୟକର୍ତ୍ତା ଓ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ ।